ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶରେ ବଢ଼ିଛି ଟାଟୁ କ୍ରେଜ୍‌, କର୍କଟ ଆଶଙ୍କା ପାଇଁ ସଂକଟରେ ୨୦୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୦୩/୦୬: ଭାରତରେ ଟାଟୁ ପରମ୍ପରା ନୂଆ ନୁହେଁ । ଆଦିବାସୀଙ୍କ ମଧ୍ୟରେ ଏହି ଟ୍ରେଣ୍ଡ କେଉଁ କାଳରୁ ରହିଆସିଛି । ତେବେ ଟାଟୁ କ୍ରେଜ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବେଶ ଦେଖିବାକୁ ମିଳୁଛି । ଯୁବପିଢ଼ି ଶରୀରରେ ବିଭିନ୍ନ ଥିମ୍‌ଯୁକ୍ତ ଟାଟୁ କରିବାକୁ ପସନ୍ଦ କରୁଛନ୍ତି । 

କ୍ରିକେଟର ହୁଅନ୍ତୁ ଅବା ଫିଲ୍ମ ତାରକା ଅବା ସାଧାରଣ ଯୁବପିଢ଼ି, ସଭିଙ୍କୁ ଟାଟୁ ନିଶା । ଭାରତରେ ଏହି  ଉଦ୍ୟୋଗ ପ୍ରତିବର୍ଷ ୨୦,୦୦୦ କୋଟି  ଟଙ୍କାରୁ ଊଦ୍ଧ୍ୱର୍ ରାଜସ୍ୱ ଆୟ କରିଥାଏ ।  ଏଭଳି ସ୍ଥିତିରେ ଏକ ରିପୋର୍ଟ ଶିଳ୍ପର  ବିକାଶରେ ଗ୍ରହଣ ଲଗାଇବାକୁ ଯାଉଛି । ରିପୋର୍ଟରେ କୁହାଯାଇଛି ଯେ, ଜଣେ  ବ୍ୟକ୍ତି ଶରୀରରେ ଟାଟୁ କରିବା ଦ୍ୱାରା  ତାଙ୍କଠାରେ କ୍ୟାନ୍‌ସର ଆଶଙ୍କା ୨୧%  ବଢିଯାଏ ।  

ଭାରତରେ ଗଳିକନ୍ଦିରେ ଟାଟୁ  ଆର୍ଟିଷ୍ଟ ଦେଖିବାକୁ ମିଳୁଛନ୍ତି । ଏଥିରୁ  ଉଦ୍ୟୋଗ କେତେ ଦ୍ରୁତ ବେଗରେ ବଢୁଛି  ତାହା ସ୍ପଷ୍ଟ ଅନୁମେୟ । ଗୋଆର ସମୁଦ୍ର ତଟ ଯାଆନ୍ତୁ ଅବା  ଉତ୍ତରାଖଣ୍ଡର ହରିଦ୍ୱାର-ଋଷିକେଶ,  ଦିଲ୍ଲୀର କନୌଟ ପ୍ଲେସ୍‌ ହଉ ଅବା ବଡ଼  ବଡ଼ ମଲ୍‌ ସବୁ ଜାଗାରେ ପ୍ରଫେସନାଲ  ଟାଟୁ ଆର୍ଟିଷ୍ଟ ଅବା ପାର୍ଲର ଦେଖିବାକୁ  ମିଳିଥାଏ । ଅନୁମାନ କରାଯାଏ ଯେ, ଏ  ଶିଳ୍ପ ପ୍ରତିବର୍ଷ ଅର୍ଥନୀତିକୁ ୨୦,୦୦୦  କୋଟିର ଯୋଗଦାନ ଦିଏ ।

 ସ୍ୱିଡେନର ବିଶ୍ୱପ୍ରସିଦ୍ଧ ଲୁଣ୍ଡ  ୟୁନିଭର୍ସିଟିର ସଦ୍ୟ ରିପୋର୍ଟ ଅନୁସାରେ,  ଟାଟୁ କରିଥିବା ବ୍ୟକ୍ତିମାନଙ୍କ ଠାରେ  ଲିମ୍ଫୋମା ବିକଶିତ ହେବାର ଆଶଙ୍କା  ୨୧% ଅଧିକ ହୋଇଥାଏ । ଖାଲି ସେତିକି  ନୁହେଁ, ଟାଟୁ କରିବା ଦ୍ୱାରା ଆହୁରି  ଅନେକ ରୋଗ ହୋଇଥାଏ । ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲର ଅବସରପ୍ରାପ୍ତ  ସିଏମ୍‌ଓ ଡାକ୍ତର ନାଗେନ୍ଦ୍ର କୁମାର ସିହ୍ନା  କୁହନ୍ତି, ଟାଟୁ କରିବାବେଳେ ସାବଧାନ  ରହିବା ଦରକାର । କୌଣସି ଦ୍ୱିତୀୟ  ବ୍ୟକ୍ତିଙ୍କ ଶରୀରରେ ଟାଟୁ ବନେଇବା  ପାଇଁ ବ୍ୟବହାର ହୋଇଥିବା ସ୍ୟାହି କିମ୍ୱା ଛୁଞ୍ଚି ଦ୍ୱାରା ହେପାଟାଇଟିସ୍‌ ବି,  ସି, ଏଚ୍‌ଆଇଭି ଏବଂ ଲିଭର ଓ ରକ୍ତ  କର୍କଟ ଭଳି ରୋଗ ଆଶଙ୍କା ବଢିଯାଏ । ଏହିସବୁ ଆଶଙ୍କା ମଧ୍ୟରେ ଏବେ ଟାଟୁ  ବ୍ୟବସାୟର ଭବିଷ୍ୟତ ଅନ୍ଧକାର ଦିଶୁଥିବା  ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

  • PrameyaOdia
  • prameya
  • Cancer
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.