ଦୁବାଇ,୧୪/୦୫: ନେଦରଲାଣ୍ଡ୍ସ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରାଯାଇଛି । ଅଭିଜ୍ଞ ସ୍ପିନର ରୋଏଲ୍ଫ ଭାନ୍ ଡର ମରୱି ଏବଂ ଷ୍ଟାର୍ ଅଲରାଉଣ୍ଡର କଲିନ ଆକରମାନ ଦଳରୁ ବାଦ୍ ପଡ଼ିଛନ୍ତି । ଉଭୟ କାଉଣ୍ଟି କ୍ରିକେଟ୍ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିବାରୁ ବିଶ୍ୱକପ୍ ଦଳ ଚୟନରୁ ନିଜକୁ ଦୂରେଇ ରଖିଥିଲେ । ଗତ ସଂସ୍କରଣ ଭଳି ଏଥର ମଧ୍ୟ ସ୍କଟ୍ ଏଡୱାର୍ଡ୍ସ ଦଳର ନେତୃତ୍ୱ ନେବେ।
ନେଦରଲାଣ୍ଡ୍ସ ଦଳ: ଆର୍ଯ୍ୟନ ଦତ୍ତ, ବାସ୍ ଡି ଲିଡ୍, ଡାନିଏଲ୍ ଡୋରାମ, ଫ୍ରେଡ୍ କ୍ଲାସେନ, ଲୋଗାନ ଭାନ୍ ବିକ, ମ୍ୟାକ୍ସ ଓ’ଦାଉଦ, ମାଇକେଲ ଲେଭିଟ୍, ପଲ୍ ଭାନ ମିକେରନ, ସ୍କଟ୍ ଏଡୱାର୍ଡ୍ସ (ଅଧିନାୟକ), ସାଇବ୍ରାଣ୍ଡ ଏଙ୍ଗେଲବ୍ରେଟ୍, ତେଜା ନିଦାମନୁରୁ, ଟିମ୍ ପ୍ରିଙ୍ଗଲ, ବିକ୍ରମଜିତ ସିଂହ, ଭିଭିଆନ କିଙ୍ଗ୍ମା, ୱେସଲି ବାରେସି । ଅତିରିକ୍ତ ଖେଳାଳି: କେଲି କ୍ଲିନ୍ ।