ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ସର୍ବୋଚ୍ଚ ପର୍ବତଶୃଙ୍ଗ ଏଭରେଷ୍ଟରେ ଭିଡ଼, ଶିଖରଠୁ ୨ ଶହ ଫୁଟ ଦୂରରେ ପର୍ବତାରୋହୀ ଲଗାଇଲେ ଜାମ୍

ନୂଆଦିଲ୍ଲୀ ୨୭/୦୫: ଦୁନିଆର ସର୍ବୋଚ୍ଚ ପର୍ବତଶୃଙ୍ଗ ଏଭରେଷ୍ଟରେ ଭିଡ଼ ଲାଗିଛି । ଗୋଟିଏ ଦିନରେ ୨ ଶହ ପର୍ବତାରୋହୀ ୮,୭୯୦ ମିଟର ଉଚ୍ଚରେ ଥିବା ସାଉଥ୍‌ ସମିଟ୍‌ ଏବଂ ହିଲେରି ଷ୍ଟେପ୍‌ରେ ପହଞ୍ଚି ଯାଇଛନ୍ତି । ୮,୮୪୮ ମିଟର ଉଚ୍ଚରେ ଥିବା ପର୍ବତ ଶିଖର ସେଠାରୁ ୨ ଶହ ଫୁଟ ଦୂରରେ ରହିଛି । ତେବେ ଭିଡ଼ ଜମା ହେବା ଯୋଗୁ ସେଠାରେ ଏକ ବିରାଟ ବରଫ ଖଣ୍ଡ ଭାଙ୍ଗିଯାଇଛି । ଫଳରେ ୬ ପର୍ବତାରୋହୀ ସେଠାରେ ଫସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ରଶିରେ ଉପରକୁ ଅଣାଯାଇଥିବାବେଳେ ଆଉ ୨ ଜଣଙ୍କ ଉଦ୍ଧାର ଚାଲିଥିଲା । ଘଟଣା ଗତ ୨୧ ତାରିଖର ହୋଇଥିବାବେଳେ ଏବେ ଏହାର ଭିଡିଓ  ସାମ୍‌ନାକୁ ଆସିଛି । ୪ ଦିନ ହେଲା ସେହି ୨ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇପାରି  ନ ଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେହି ଦୁଇଜଣଙ୍କ  ମଧ୍ୟରୁ ଜଣେ ବ୍ରିଟିଶ ଏବଂ ଅନ୍ୟ ଜଣେ ନେପାଳ ନାଗରିକ ବୋଲି ଜଣାପଡ଼ିଛି । 

ନେପାଳ ପର୍ଯ୍ୟଟନ ଅଧିକାରୀଙ୍କ କହିବା ଅନୁସାରେ, ୧୫ ପର୍ବତାରୋହୀଙ୍କ ଏକ  ଗୋଷ୍ଠୀର ଏହି ଦୁଇ ଜଣ ସାଉଥ୍‌ ସମିଟ ନିକଟରେ ଖସି ପଡ଼ିଥିଲେ । ଏହାକୁ ପାହାଡ଼ର  ‘ଡେଥ୍‌ ଜୋନ୍‌’ କୁହାଯାଏ । ଏଠାରେ ଅମ୍ଳଜାନ ସ୍ତର ବେଶ୍‌ କମ୍‌ ରହିଥାଏ । ୪ ଦିନ ହେଲା ଉଦ୍ଧାରକାରୀ ଟିମ୍‌ ସର୍ଚ୍ଚ ଅପରେସନ ଜାରି ରଖିଛି । ମେ ୨୧ ସକାଳ ୮ଟାରେ ଏଭରେଷ୍ଟ  ଆରୋହଣ ପାଇଁ ୱିଣ୍ଡୋ ଖୋଲା ଯାଇଥିଲା । ସମସ୍ତ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ  ପହଞ୍ଚିବା ଲାଗି ଲାଇନ ଲଗାଇଥିଲେ । ତେବେ ଏତେସଂଖ୍ୟାରେ ପର୍ବତାରୋହୀଙ୍କ ଭିଡ଼,  ଝଡ଼ ଆଶଙ୍କା ଆଦି କାରଣ ପାଇଁ ସେମାନଙ୍କୁ ୧୦ ମିନିଟ ବଦଳରେ କେବଳ ୨ ମିନିଟ୍‌  ଶୃଙ୍ଗରେ ରହିବା ପାଇଁ ଅନୁମତି ମିଳିଥିଲା । ବେସ୍‌ କ୍ୟାମ୍ପ୍‌ ମୁଖ୍ୟ ଖୀମ୍‌ ଲାଲ୍‌ ଗୌତମଙ୍କ  କହିବା ଅନୁସାରେ, ଏ ବର୍ଷ ରେକର୍ଡ ୪୧୯ ପର୍ବତାରୋହୀଙ୍କୁ ଏଭରେଷ୍ଟ ଆରୋହଣ  ଲାଗି ଅନୁମତି ମିଳିଥିଲା । ସେମାନଙ୍କ ମଧ୍ୟରେ ୩୪୩ ପୁରୁଷ ଏବଂ ୭୬ ମହିଳା ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.