ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁୟର୍କରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ, ବିଳମ୍ବରେ ଯିବେ କୋହଲି, ପାଣ୍ଡ୍ୟା, ସଞ୍ଜୁ

ନୂଆଦିଲ୍ଲୀ,୨୭/୦୫: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଇତିମଧ୍ୟରେ ଦୀର୍ଘ ଯାତ୍ରା କରି ନ୍ୟୁୟର୍କରେ ପହଞ୍ଚି ସାରିଛି । କିଛି ଘଣ୍ଟାର ବିଶ୍ରାମ ପରେ ଦଳ ଅଭ୍ୟାସ ଆରମ୍ଭ କରିବ । ଭେଟେରାନ  ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱିକେଟ୍‌କିପର ସଞ୍ଜୁ  ସାମସନ ବିଳମ୍ବରେ ଯାତ୍ରା କରିବେ ।  ଏନେଇ ସେମାନେ ବିସିସିଆଇକୁ  ଅନୁରୋଧ ଜଣାଇଥିଲେ । ବୋର୍ଡ ମଧ୍ୟ  ସେମାନଙ୍କୁ ଅନୁମତି ପ୍ରଦାନ କରିଛି ।  

ଗତକାଲି ପ୍ରଥମ ପର୍ଯ୍ୟାୟରେ  ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ସହ  ରୋହିତ, ରିଷଭ ପନ୍ତ, ଯଶପ୍ରୀତ ବୁମରା,  ରବୀନ୍ଦ୍ର ଜାଡେଜା, କୁଲଦୀପ  ଯାଦବ, ଅକ୍ଷର ପଟେଲ,  ଅର୍ଶଦୀପ ସିଂ, ସୂର୍ଯ୍ୟକୁମାର  ଯାଦବ, ଶିବମ ଦୁବେ, ମହମ୍ମଦ  ସିରାଜ ପ୍ରମୁଖ ଖେଳାଳି  ନ୍ୟୁୟର୍କ ଯାତ୍ରା କରିଥିଲେ । 

୩୦ରେ ଯିବେ କୋହଲି ଆଇପିଏଲ ପରେ କିଛି ଦିନ ପରିବାରକୁ ସମୟ ଦେଇ କୋହଲି  ଆସନ୍ତା ୩୦ ତାରିଖରେ  ମୁମ୍ବାଇରୁ ନ୍ୟୁୟର୍କ ଯାତ୍ରା  କରିବାର କାର୍ଯ୍ୟକ୍ରମ ରହିଛି । ଯଦି ଏହା ହୁଏ ତେବେ ହୁଏତ ସେ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳିପାରିବେ ନାହିଁ । ସଞ୍ଜୁ ମଧ୍ୟ ବିଳମ୍ବରେ ଟିମ୍‌ ଇଣ୍ଡିଆ ସହ ଯୋଗ ଦେବେ ବୋଲି ବିସିସିଆଇକୁ ଅନୁରୋଧ କରିଥିଲେ । 

ଲଣ୍ଡନରେ ପାଣ୍ଡ୍ୟା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା  ଆଇପିଏଲ ଶେଷ ହେବା ପରେ ଲଣ୍ଡନରେ ଛୁଟି କରାଉଥିବା କୁହାଯାଉଛି । ଏପଟେ ତାଙ୍କର ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା  ସୂଚନା ରହିଛି, ସେ ବି ବିଳମ୍ବରେ  ଦଳ ସହ ଯୋଗଦେବେ ବୋଲି ବିସିସିଆଇକୁ ଅନୁରୋଧ ଜଣାଇଥିଲେ । 

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.