ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ନିର୍ଣ୍ଣାୟକ ମୁକାବିଲାରେ ହାଇଦ୍ରାବାଦର ନୈରାଶ୍ୟଜନକ ପ୍ରଦର୍ଶନ; କୋଲକାତା ଆଗରେ ୧୧୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଏସ୍‌ଆର୍‌ଏସ୍‌

Image source: Cricbuzz

ଚେନ୍ନାଇ,୨୬/୦୫: ଆଇପିଏଲ୍‌ ୨୦୨୪ର ଫାଇନାଲ ମ୍ୟାଚ୍‌ ଚେନ୍ନାଇର ଏକନା ଷ୍ଟାଡିୟମରେ ରବିବାର ଖେଳାଯାଇଛି। ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ମଇଦାନକୁ ଓହ୍ଲାଇଥିବା ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଦଳ ମାତ୍ର ୧୮.୩ ଓଭରରେ ସମସ୍ତ ଓିକେଟ ହରାଇ ୧୧୩ ରନ୍‌ କରିବାରେ ସକ୍ଷମ ହୋଇଛି। ସେପଟେ କୋଲକାତାର ଘାତକ ବୋଲିଂ ଆଗରେ ହାଇଦ୍ରାବାଦର କୌଣସି ଖେଳାଳୀ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ହାଇଦ୍ରାବାଦକୁ ପ୍ରଥମ ୪ ସଭର ଭିତରେ ତିନୋଟି ଗୁରୁତ୍ବପୂର୍ଣ୍ଣ ଓ୍ବିକେଟ ହରାଇଥିଲା। ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ଅଭିଶେକ ଶର୍ମା ମାତ୍ର ଦୁଇ ରନ୍‌ କରି ଆଊଟ୍‌ ହୋଇଥିଲେ। ୧.୬ ଓଭର ବେଳକୁ ଟ୍ରାଭିସ୍‌ ହେଡ୍‌ ବିନା କୌଣସି ରନ୍‌ କରି ପାଭିଲିୟନ ଫେରିଥିଲେ। ଏହି ପରି ଭାବରେ ମାତ୍ର ୧୦ ଓଭର ଭିତରେ ଦଳ ୫ଟି ଓ୍ବିକେଟ ହରାଇସାରିଥିଲା। କୋଲକତା ବୋଲରଙ୍କ ଶାଣିତ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା ଏସ୍‌ଆର୍‌ଏସ୍। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ    ଆଡେନ୍‌ ମାର୍କରମ୍‌ ୨୦ ରନ୍‌, ନୀତିଶ ରେଡ୍ଡି ୧୩, ହେନ୍‌ରିଚ୍‌ କ୍ଳାସେନ୍‌ ୧୬ ଏବଂ ପାଟ୍‌ କମିନ୍ସ ୨୪ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୧୦ ରନ୍‌ ବି କରିପାରିନଥିଲେ। 

ସେପଟେ ଯଦି କୋଲକାତାର ବୋଲିଂ କଥା ଆଲୋଚନା କରାଯାଏ, ତେବେ ଫାଇନାଲ ମୁକାବିଲାରେ କୋଲକାତାର ଧ୍ବସ୍ତବିଧ୍ବସ୍ତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଏସ୍‌ଆର୍‌ଏଚ୍‌। କୋଲକାତା ପକ୍ଷରୁ ଆଣ୍ଡ୍ରେ ରସେଲ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ବୈଭବ ଆରୋରା, ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ଏବେ କୋଲକତା ୧୧୪ ରନ୍‌ର ବିଜୟ ଲକ୍ଷକୁ ପିଛା କରି ମଇଦାନକୁ ଓହ୍ଲାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.