ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୀରନ୍ଦାଜୀ ବିଶ୍ୱକପ୍‌ରେ ଭାରତର ରାଜୁତି, ମହିଳା କମ୍ପାଉଣ୍ଡ୍‌ ଦଳକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୬/୦୫: କୋରିଆରେ  ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତୀୟ ମହିଳା କମ୍ପାଉଣ୍ଡ୍‌ ଦଳ ଅପରାଜେୟ ସାବ୍ୟସ୍ତ ହୋଇଛନ୍ତି । ଜ୍ୟୋତି ସୁରେଖା ଭେନାମ, ପରନୀତ କୌର ଓ ଅଦିତି ଗୋପିଚାନ୍ଦ ସ୍ୱାମୀଙ୍କୁ  ନେଇ ଗଠିତ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ମହିଳା ଦଳ ବିଶ୍ୱକପ୍‌ରେ କ୍ରମାନ୍ୱୟରେ ତୃତୀୟ ଥର ଟାଇଟଲ୍‌ ବଜାୟ ରଖି ଐତିହାସିକ ଉପଲବ୍ଧ ହାସଲ କରିଛନ୍ତି । ଅନ୍ୟ ପଟରେ କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଜ୍ୟୋତି  ଓ ପ୍ରିୟାଂଶ ଯୋଡ଼ି ଫାଇନାଲ୍‌ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । 

ମହିଳା କମ୍ପାଉଣ୍ଡ୍‌ ଟିମ୍‌ ଇଭେଣ୍ଟ ଫାଇନାଲ୍‌ରେ  ଭାରତ ୨୩୨-୨୨୬ ପଏଣ୍ଟରେ ତୁର୍କୀ ଦଳକୁ  ପରାସ୍ତ କରିଥିଲା । ମହିଳା ଦଳ ପୂର୍ଣ୍ଣ ଆଧିପତ୍ୟ  ବଜାୟ ରଖିବା ସହ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଗତ ବିଶ୍ୱକପ୍‌ ଷ୍ଟେଜ୍‌-୧ (ସାଙ୍ଘାଇ) ଏବଂ ୨୦୨୩ ବିଶ୍ୱକପ୍‌ ଷ୍ଟେଜ୍‌-୪ (ପ୍ୟାରିସ୍‌)ରେ ମଧ୍ୟ  ମହିଳା ଦଳ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା  ଦଳ କ୍ରମାନ୍ୱୟରେ ୬ଟି ସ୍ୱର୍ଣ୍ଣ ପଦକ ଜିତିବାରେ  ସଫଳ ହୋଇଛନ୍ତି । ବିଶ୍ୱ ମାନ୍ୟତା ତାଲିକାରେ  ଦଳ ଏକ ନମ୍ବର ସ୍ଥାନରେ ରହିଛି । ଭାରତର  ସବୁଠୁ ସଫଳ ତୀରନ୍ଦାଜ ଭାବେ ପ୍ରମାଣିତ କରିଥିବା ଜ୍ୟୋତିଙ୍କର ଏହା ଅଷ୍ଟମ ବିଶ୍ୱକପ୍‌ ସ୍ୱର୍ଣ୍ଣ ପଦକ ରହିଥିଲା । 

ଗତ ୩ବର୍ଷ ମଧ୍ୟରେ ସେ  ସମସ୍ତ ପଦକ ଜିତିଛନ୍ତି । ବିଶ୍ୱକପ୍‌ରେ ଜ୍ୟୋତି  ଇତିମଧ୍ୟରେ ୧୯ଟି ପଦକ ଜିତି ସାରିଲେଣି । କମ୍ପାଉଣ୍ଡ୍‌ ମିକ୍ସଡ୍‌ ଟିମ୍‌ ଫାଇନାଲ୍‌ରେ ଜ୍ୟୋତି  ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ।  ପ୍ରିୟାଂଶଙ୍କୁ ସାଥୀ କରି ଖେଳିଥିବା ଜ୍ୟୋତି  ଫାଇନାଲ୍‌ରେ ୧୫୩-୧୫୫ରେ ଆମେରିକୀୟ  ଯୋଡ଼ିଙ୍କ ନିକଟରୁ ହାରି ରୌପ୍ୟରେ ସନ୍ତୁଷ୍ଟ  ହୋଇଥିଲେ । ଗତ ବିଶ୍ୱକପ୍‌ ଷ୍ଟେଜ୍‌୧ (ସାଙ୍ଘାଇ)ରେ ସେ ଅଭିଷେକ ବର୍ମାଙ୍କୁ  ସାଥୀ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.