ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ୟାଟର ତାଲିକାର ଶୀର୍ଷରେ ଦୁଇଥର ପହଞ୍ଚିଥିବା ପ୍ରଥମ ଭାରତୀୟ ହେଲେ ବିରାଟ କୋହଲି; ଅରେଞ୍ଜ କ୍ୟାପ୍‌ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୨୬/୦୫: ଆଇପିଏଲ୍‌ର ଟାଇଟଲ ହାତେଇବାରେ ଯଦିଓ ପୁଣି ଆର୍‌ସିବିକୁ ଅପେକ୍ଷା କରିବାକୁ ପଡ଼ିଛି, ତଥାପି ଏହାରି ଭିତରେ ଆଇପିଏଲ୍‌ରେ ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି। ଷ୍ଟାର ବ୍ୟାଟର କୋହଲି ଟୁର୍ଣ୍ଣାମେଣ୍ଟ ଇତିହାସରା ଗୋଟିଏ ସିଜନ୍‌ରେ ସବୁଠାରୁ ଅଧିକ ଥର ଅରେଞ୍ଜ କ୍ୟାପ୍‌ ହାତେଇଥିବା ଭାରତୀୟ ହୋଇଛନ୍ତି। କୋହଲିଙ୍କୁ ମଧ୍ୟ ତାଙ୍କ ଅବିଶ୍ବସନୀୟ ରନ୍‌ ପାଇଁ ପୁରସ୍କୃତ କରାଯାଇଛି, କାରଣ ସେ ୧୫ ମ୍ୟାଚ୍‌ରେ ୭୪୧ ରନ୍‌ କରି ସିଜନ୍‌ ଶେଷ କରିଛନ୍ତି। 

ଡେଭିଡ୍‌ ଓ୍ବାର୍ଣ୍ଣର ଓ କ୍ରିସ୍‌ ଗେଲ୍‌ଙ୍କ ପରେ ବିରାଟ କୋହଲି ଗୋଟିଏ ଆଇପିଏଲ୍‌ ସିଜନ୍‌ରେ ଗୋଟିଏ ଥରରୁ ଅଧୀକ ଥର ଅରେଞ୍ଜ କ୍ୟାପ୍‌ ଜିତିଥିବା ତୃତୀୟ ଖେଳାଳି ଅଛନ୍ତି। କୋହଲି ବ୍ୟାଟିଂ କ୍ଷେତ୍ରରେ ଭଲ ଫର୍ମରେ ଥିଲେ ଏବଂ ଚଳିତ ସିଜନ୍‌ରେ ସେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ କରିଥିଲେ। ଆରସିବି ୫ ଥରର ଚାମ୍ପିୟନ ସିଏସ୍‌କେକୁ ପିଛା କରି ପ୍ଳେ ଅଫ୍‌ରେ ପହଞ୍ଚିଥିଲା, କିନ୍ତୁ ଦଳକୁ ସପ୍ତାହ ଆରମ୍ଭରୁ ରାଜସ୍ଥାନ ଠାରୁ ଏଲିମିନେଟର ମ୍ୟାଚ୍‌ରେ ପରାଜୟ ଭୋଗିବାକୁ ପଡ଼ିଥିଲା। 

ବିରାଟ କୋହଲି ୨୦୧୬ରେ ୯୭୩  ରନ୍‌ କରି ପ୍ରଥମ ଥର ଅରେଞ୍ଜ କ୍ୟାପ୍‌ ଜିତିଥିଲେ, ଯାହାକି ବର୍ତ୍ତମାନ ଆଇପିଏଲ୍‌ର ରେକର୍ଡ ଲିଷ୍ଟରେ ରହିଛି। ସିଏସ୍‌କେର ଋତୁରାଜ ଗାଇକଓ୍ବାଡ ୫୮୩ ରନ୍‌ ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନର ରିୟାନ ପରାଗ ୧୬ ମ୍ୟାଚ୍‌ରେ ୫୭୩ ରନ୍‌ କରି ଶୀର୍ଷ ୫ ମଧ୍ୟରେ ଏକମାତ୍ର ଅନ୍‌କ୍ୟାପ୍ଢ ଖେଳାଳି ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.