ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ମୋ ଝିଅ କାନ୍ଦି କାନ୍ଦି ଫିଲ୍ମ ଅଧାରୁ ହଲ୍‌ ଛାଡ଼ି ଚାଲି ଆସିଲା' : ସଂସଦରେ 'ଆନିମଲ୍‌' ଫିଲ୍ମ ନେଇ ଅଭିଯୋଗ ଆଣିଲେ ସାଂସଦ

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ଶୀତକାଳୀନ ସଂସଦ ଅଧିବେଶନ ଚାଲିଥିବା ସମୟରେ ରଣବୀର କପୁରଙ୍କ ଟପ୍‌ ସ୍କୋରରର ଫିଲ୍ମ ଆନିମଲ ଉପରେ ଚର୍ଚ୍ଚା ହୋଇଛି। ଛତିଶଗଡ଼ର କଂଗ୍ରେସ ସାଂସଦ ରଞ୍ଜିତ୍‌ ରଞ୍ଜନ ଫିଲ୍ମ ଆନିମଲ୍‌ରେ ହିଂସା ଉଦ୍ରେକ ମାମଲା କଥା ଉଠାଇଛନ୍ତି । କବୀର ସିଂହ ଓ ଆନିମଲ ଫିଲ୍ମର ଉଦାହରଣ ଦେଇ ସାଂସଦ ଅଭିଯୋଗ କରିଛନ୍ତି କି, ଫିଲ୍ମରେ ଦେଖାଯାଉ ଥିବା ହିଂସା କାରଣରୁ ଦେଶର ଯୁବପିଢିଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ୁଛ । ଜାଣିଶୁଣି ଫିଲ୍ମକୁ ଖୁବ୍‌ ଉତ୍ତେଜିତପୂର୍ଣ୍ଣ କରାଯାଉଛି। ସେ କହିଛନ୍ତି କି, ଆନିମଲ ଫିଲ୍ମରେ ମହିଳାଙ୍କୁ ଅପମାନ ଓ ଏତେ ହିଂସା ପ୍ରବଣ ଭରି ରହିଛି ଯେ , ମୋ ଝିଅ ଓ ତାର ସାଙ୍ଗ କାନ୍ଦି କାନ୍ଦୀ ଫିଲ୍ମ ଅଧାରୁ ସିନେମା ହଲ୍‌ରୁ ବାହାରି ଆସିଥିଲେ। 

କଂଗ୍ରେସ ସାଂସଦ ରଞ୍ଜିତ୍‌ ରଞ୍ଜନ ସଂସଦରେ ଅଣବିଧାୟୀ ମାମଲା ଉପରେ ଚର୍ଚ୍ଚା ବେଳେ କହିଥିଲେ , ସିନେମା ଆମ ସମାଜର ପ୍ରତିବିମ୍ୱ.... ଆମେ ଫିଲ୍ମ ଦେଖି ବଡ଼ ହୋଇଛୁ ଏବଂ ଏହାର ଆମ ସମସ୍ତଙ୍କ ଉପରେ ବିଶେଷକରି ଯୁବକ ଯୁବତୀଙ୍କ ଉପରେ ବହୁତ ବଡ଼ ପ୍ରଭାବ ପଡ଼ୁଛି। କିନ୍ତୁ କବୀର ସିଂହ, ପୁଷ୍ପା ଓ ଏବେ ଆନିମଲ ଭଳି ଫିଲ୍ମ ନିକଟରେ ଆସିଛି , ଯେଉଁଥିରେ ଖୁବ୍‌ ହିଂସା ଉଦ୍ରେକକାରୀ ଚିତ୍ର ରହିଛି। 

ସାଂସଦ ରଞ୍ଜିତ୍‌ ରଞ୍ଜନ କହିଛନ୍ତି ,ଦେଶରେ ଅନେକ ଯୁବକଯୁବତୀ ଏଭଳି ପୁରୁଷଙ୍କୁ ହିରୋ ଓ ରୋଲ୍‌ ମଡେଲ ମାନୁଛନ୍ତି , ଯେଉଁଥି ପାଇଁ ଆମ ସମାଜରେ ମହିଳାଙ୍କ ବିରୋଧରେ ହିଂସକ ଘଟଣା ସବୁ ବୃଦ୍ଧି ଘଟୁଛି। 

ଉଲ୍ଲେଖନୀୟ ଯେ, ନିକଟରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ବାର୍ଷିକ ରିପୋର୍ଟରେ ଭାରତରେ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧିର ଖୁଲାସା ହୋଇଛି । ୨୦୨୨ରେ ୪,୪୫,୨୫୬ ଟି ମାମଲା ରୁଜୁ କରାଯାଇଛି । ତଥ୍ୟରୁ ଜଣାପଡ଼ୁଛି କି ଦେଶରେ ପ୍ରତି ଘଣ୍ଟାରେ ୫୧ଟି ଏଫଆଇଆର ରୁଜୁ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.