ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ

କଟକ,୧୦/୧୨: କଟକ ସହରରେ ଦୀର୍ଘ ଦିନ  ହେବ ଚାଲୁଥିବା ଏକ ବେନାମୀ ତଥା ବେଆଇନ୍‌ ଗୁଟ୍‌ଖା  କାରଖାନାକୁ ପୁଲିସ ଠାବ କରିଛି । କେଶରପୁର ଅଞ୍ଚଳରେ  ଥିବା ଏହି କାରଖାନାରେ ଦରଘାବଜାର ଥାନା ପୁଲିସ ଚଢଉ  କରି ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ  କାରଖାନା ମାଲିକ ଘନଶ୍ୟାମ ପଟେଲ (୫୮) ଓ କର୍ମଚାରୀ  କେ. ରାଜେଶ (୩୯) । ସେଠାରୁ ବିପୁଳ ପରିମାଣର  ଗୁଟ୍‌ଖା ପ୍ରସ୍ତୁତିରେ ବ୍ୟବହୃତ  କଞ୍ଚାମାଲ ଜବତ ହୋଇଛି । 

ଦରଘାବଜାର ଥାନା ପୁଲିସକୁ ଶନିବାର ଦିନ ସୂଚନା  ମିଳିଥିଲାଯେ, କେଶରପୁର ସ୍ଥିତ  ଏକ ନାମୀ ଫର୍ଣ୍ଣିଚର ଦୋକାନ  ନିକଟରେ ବେଆଇନ ଭାବେ  ଗୁଟ୍‌ଖା ପ୍ରସ୍ତୁତ ହେଉଛି । ତୁରନ୍ତ ଏକ ପୁଲିସ ଟିମ୍‌ ସେଠାରେ  ଚଢଉ କରିଥିଲା । ଏହି ସମୟରେ ପୁଲିସକୁ ଦେଖି ଅଭିଯୁକ୍ତ ଘନଶ୍ୟାମ ଓ ରାଜେଶ ଖସି ପଳାଇବାକୁ ଉଦ୍ୟମ  କରୁଥିଲେ । ମାତ୍ର ତାଙ୍କୁ ପୁଲିସ ଧରିନେଇଥିଲା । ସେଠାରେ  ଥିବା ୩ଟି କୋଠରୀ ମଧ୍ୟରୁ ଗୋଟିଏ ରୁମ୍‌ରେ ବିପୁଳ  ପରିମାଣର ଗୁଟ୍‌ଖା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ  ପ୍ରକାର ରସାୟନିକ ପଦାର୍ଥ ଗଦା ହୋଇଥିଲା

ସେହିପରି ଅନ୍ୟ ଦୁଇ ରୁମରୁ ଗୁଟ୍‌ଖା ପ୍ରସ୍ତୁତି ଓ  ପ୍ୟାକେଜିଂ ପାଇଁ ଆବଶ୍ୟକୀୟ ଉପକରଣ ଏବଂ  ପ୍ରସ୍ତୁତ ଗୁଟ୍‌ଖା ପ୍ୟାକେଜିଂ ପାଇଁ ଜମା ହୋଇଥିଲା । ଉକ୍ତ ଗୁଟ୍‌ଖା ପ୍ୟାକେଟ ଗୁଡିକୁ ଯାଞ୍ଚ୍‌ କରିବାରୁ  ସେଥିରେ ଏକ୍ସପାରୀ ବା ବୈଧ ତାରିଖ ଲେଖା  ନଥିଲା । ଏପରିକି କାରଖାନା ଚଳାଇବା ପାଇଁ ଆବଶ୍ୟକ  ଲାଇସେନ୍ସ ବି ଘନଶ୍ୟାମ  ପାଖରେ ନଥିଲା । ଫଳରେ  ପୁଲିସ ଉକ୍ତ ଘରେ ଗଦା  ହୋଇଥିବା ଗୁଟଖା ସହ ପ୍ରସ୍ତୁତି ପାଇଁ ରହିଥିବା ୧୮୦  ଗ୍ରାମର ସିଲଭର ପର୍ଲ୍ସ, ୨୫ ଲିଟର କିମାମ,  ୫ଟି କମ୍ପାଉଣ୍ଡ, ୨୦ ଲିଟର ସୁଗନ୍ଧ କେମିକାଲ, ୧୮ ଲିଟର ଗ୍ଲିସେରିନ, ୫ ଲିଟର ପରଫ୍ୟୁମ୍‌,  ୪ କିଲୋ ପିପରମେଣ୍ଟ୍‌ ଜବତ କରିଛି । ପରେ  ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.