ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଶାହରୁଖ ଖାନ ୧୦ ବର୍ଷ ପୂର୍ବେ କରିଥିଲେ ଘୋଷଣା , ଦେବେ ୧୦୦୦କୋଟି ଟଙ୍କାର ଫିଲ୍ମ

ମୁମ୍ୱାଇ : ଶାହରୁଖ ଖାନଙ୍କର ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି। ଫିଲ୍ମ ୱାର୍ଲ୍ଡୱାଇଡ୍‌ ୧୦୦୦କୋଟି ଟଙ୍କାରୁ ଅଧିକ ଆୟ କରି ସାରିଛି। ଶାହରୁଖ ଏହି ଫିଲ୍ମର ସଫଳତାରେ ଖୁବ୍‌ ଖୁସି ଅଛନ୍ତି। ଅନେକ ଥର ଶାହରୁଖ ପ୍ରଶଂସକଙ୍କୁ ଫିଲ୍ମକୁ ହିଟ୍‌ କରିବା ନେଇ ଧନ୍ୟବାଦ କହି ସାରିଛନ୍ତି। ଏହି ଭିତରେ ଏବେ ଶାହରୁଖଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି , ଯେଉଁଥିରେ ଦେଖାଯାଉଛି କି ୧୦ବର୍ଷ ପୂର୍ବେ ଶାହରୁଖ ପୂର୍ବରୁ ହିଁ ଏହି କଥା କହି ଦେଇଥିଲେ କି ସେ ଚାହାନ୍ତି କି ତାଙ୍କର ଫିଲ୍ମ ୧୦୦୦କୋଟି ଟଙ୍କା ହେଉ। 

ଏଟଲୀ କୁମାରଙ୍କ ବଡ଼ ଘୋଷଣା , ‘ଯବାନ’ର ସିକ୍ୱେଲ କରିବା ନେଇ ଦେଲେ ସୂଚନା

କଣ କହିଥିଲେ ଶାହରୁଖ- 

ରେଡ୍ଡିଟ୍‌ରେ ଏକ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ଶାହରୁଖଙ୍କୁ ପଚରାଯାଉଛି କି ତାଙ୍କୁ କେମିତି ଲାଗିବ , ଯଦି ତାଙ୍କ ଫିଲ୍ମ ୧୦୦କୋଟି ଆୟ କରେ , ଏହା ଉପରେ ଶାହରୁଖ କହିଥିଲେ , ଏତେ ନମ୍ୱର ଦେବା ତ ବହୁତ କମ୍‌ ହୋଇଗଲା । ୧୦୦କୋଟି କାହିଁକି ? ଏହାକୁ ୧୦୦୦କୋଟି ଟଙ୍କା କରିବା। ମୁଁ ଚାହୁଁଛି କି ଗୋଟେ ସୁନ୍ଦର ସକାଳରେ ଉଠିକି ଶୁଣିବି କି ମୋ ଫିଲ୍ମ ୧୦୦୦ କୋଟି ଆୟ କରିଛି। ମୁଁ ନିଜକୁ ୧୦୦ଯାଏ ହିଁ କାହିଁକି ସୀମିତ ରଖିବି। 

ଏହି ଭିଡ଼ିଓରେ ପ୍ରଶଂସକମାନେ ଖୁବ୍‌ କମେଣ୍ଟ ଦେଉଛନ୍ତି। କିଏ ଲେଖିଛି ,ୱାହା ତାଙ୍କୁ ହିଁ କହନ୍ତି କିଙ୍ଗ ଖାନ୍‌, ପୂର୍ବରୁ ହିଁ କରି ଦେଇ ଥିଲେ ଘୋଷଣା । ଆଉ କିଏ କହୁଛି ଶାହରୁଖ ଖାନଙ୍କ ନିଜ ଉପରେ କନଫିଡେନ୍ସ ହିଁ ତାଙ୍କର ଟ୍ୟାଲେଣ୍ଟ । 

ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ପଠାନ ମଧ୍ୟ କରିଥିଲା କମାଲ – 

ଯବାନ ପୂର୍ବରୁ ଶାହରୁଖଙ୍କ ଫିଲ୍ମ ପଠାନ ରିଲିଜ୍‌ ହୋଇଥିଲା ଏବଂ ଏହାକୁ ମଧ୍ୟ ଖୁବ୍‌ ଭଲ ପ୍ରତିକ୍ରିୟା ମିଳି ଥିଲା। ଯବାନ ୧୦୦୦କୋଟି ଟଙ୍କାର ଆୟ କରିଛି। ସେପଟେ ପଠାନ ୱାର୍ଲ୍ଡୱାଇଡ୍‌ ୧୦୫୦ କୋଟି ଟଙ୍କାର ଆୟ କରି ଥିଲା। ଖୁବ୍‌ ଶୀଘ୍ର ପଠାନର ଆୟକୁ ଯବାନ କ୍ରସ୍‌ କରିଦେବ। 

ଡଙ୍କି କରିବ ନୂଆ ରେକର୍ଡ –

କହି ରଖୁଛୁ କି ଏବେ ଶାହରୁଖଙ୍କର ଫିଲ୍ମ ଡଙ୍କି ରିଲିଜ ହେବାକୁ ଯାଉଛି। ଏହା ଚଳିତ ବର୍ଷର ଶାହରୁଖଙ୍କର ୩ୟ ଫିଲ୍ମ ହେବ। ଏହି ଫିଲ୍ମକୁ ରାଜକୁମାର ହିରାନୀ ଡାଇରେକ୍ଟ କରିବେ ଏବଂ ଫିଲ୍ମରେ ଶାହରୁଖଙ୍କ ଇପୋଜିଟ୍‌ରେ ତାପସୀ ପନ୍ନୁ ରହିବେ । ଏମିତି କୁହାଯାଉଛି କି ପଠାନ ଓ ଯବାନ ପରେ ଏବେ ଡଙ୍କି ଫିଲ୍ମ ମଧ୍ୟ ଏକ ନୂଆ ରେକର୍ଡ କରିବ । 

 

 

  • jawan
  • Shah Rukh Khan
  • Copyright © 2022 - Summa Real Media Private Limited. All Rights Reserved.