ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫେବ୍ରୁଆରୀରେ ପରବର୍ତ୍ତୀ ସ୍ପେକ୍ଟ୍ରମ୍‌ ନିଲାମ, ଅଧିକାଂଶ ବ୍ୟାଣ୍ଡ୍‌ ପାଇଁ ରିଜର୍ଭ ମୂଲ୍ୟ ସମାନ ରହିବ

ନୂଆଦିଲ୍ଲୀ,୦୭/୧୨: ଆସନ୍ତା ବର୍ଷ ଫେବ୍ର୍ରୁଆରୀ ଶେଷ  ଭାଗରେ ପରବର୍ତ୍ତୀ ଟେଲିକମ୍‌ ସ୍ପେକ୍ଟ୍ରମ୍‌ ନିଲାମ ହେବ ।  ଅଧିକାଂଶ ବ୍ୟାଣ୍ଡ ପାଇଁ ରିଜର୍ଭ ପ୍ରାଇସ୍‌ ୨୦୨୨ ସହ  ସମାନ ରହିବ ବୋଲି ଟେଲିକମ୍‌ ବିଭାଗ(ଡଟ୍‌) ପ୍ରକାଶ  କରିଛି । ୬୦୦ ମେଗାହର୍ଜରେ ଆରମ୍ଭ ହେଉଥିବା ନିମ୍ନ  ବ୍ୟାଣ୍ଡଗୁଡ଼ିକ ପାଇଁ ଟେଲିକମ୍‌ କମ୍ପାନିଗୁଡ଼ିକ ଆଗ୍ରହ  ଦେଖାଇପାରନ୍ତି ବୋଲି ସରକାର ଅନୁମାନ କରୁଛନ୍ତି ।  କାରଣ ଏହି ବ୍ୟାଣ୍ଡରେ ଅଧିକାଂଶ ଲାଇସେନ୍ସର ଅବଧି  ଶେଷ ହେଉଛି । 

୬୦୦ରୁ ୨୩୦୦ ମେଗାହର୍ଜର ସମସ୍ତ ନିମ୍ନ  ବ୍ୟାଣ୍ଡ, ୩୩୦୦ ମେଗାହର୍ଜର ମିଡ୍‌ ବ୍ୟାଣ୍ଡ ଏବଂ ୨୬ ଗିଗାହର୍ଜ  ଉଚ୍ଚ ବ୍ୟାଣ୍ଡ ପାଇଁ ରିଜର୍ଭ ପ୍ରାଇସ୍‌ ୨୦୨୨ ସହ ସମାନ ରହିବ ବୋଲି  ଡଟ୍‌ ଅଧିକାରୀମାନେ ସୂଚନା ଦେଇଛନ୍ତି । ଏହା କରିବା ପାଇଁ ଚଳିତବର୍ଷ ପ୍ରଥମାର୍ଦ୍ଧରେ ଟେଲିକମ୍‌ ନିୟାମକ ଟ୍ରାଇ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ତେବେ ୩୭ ଗିଗାହର୍ଜ  ଭଳି ନୂଆ ବ୍ୟାଣ୍ଡଗୁଡ଼ିକ ପାଇଁ ଟ୍ରାଇ ପକ୍ଷରୁ କୌଣସି ପ୍ରକାର ସୁପାରିସ ହୋଇନାହିଁ ।  ତେବେ ଅନୁମାନ କରାଯାଉଛି ଯେ, ଏହି ନିଲାମରୁ କେନ୍ଦ୍ର ସରକାର ଖୁବ୍‌ କମ୍‌ ରାଜସ୍ୱ ହାସଲ କରିବେ। କାରଣ ଜିଓ ଏବଂ ଏୟାର୍‌ଟେଲ ଭଳି ୫ଜି  ଅପରେଟରମାନେ ସେମାନେ ଆବଶ୍ୟକ କରୁଥିବା ଅଧିକାଂଶ  ଏୟାର୍‌ୱେଭ୍‌ ହାତେଇ ସାରିଲେଣି ।  

ସୂଚନାଯୋଗ୍ୟ, ୨୦୧୦ରେ ୩ଜି ସ୍ପେକ୍ଟ୍ରମ୍‌ ନିଲାମରୁ  ସରକାର ୫୦,୯୬୮ କୋଟିର ରାଜସ୍ୱ ହାସଲ କରିଥିଲେ ।  ସମାନ ବର୍ଷରେ ୪ଜି ଏୟାର୍‌ୱେଭ୍‌ ନିଲାମରୁ ୨୫,୬୯୬  କୋଟିର ରାଜସ୍ୱ ମିଳିଥିଲା । ୨୦୧୨ରେ ଏହା ୯,୬୪୨  କୋଟି ରହିଥିବାବେଳେ ୨୦୧୩ରେ ୪,୧୧୪ କୋଟି,  ୨୦୧୪ରେ ୬୧,୧୬୨ କୋଟି, ୨୦୧୫ରେ ୧,୧୩,୯୩୨  କୋଟି, ୨୦୧୬ରେ ୬୫,୭୮୯ କୋଟି, ୨୦୨୧ରେ  ୭୭,୮୧୫ କୋଟି ଏବଂ ୨୦୨୨ରେ ୫ଜି  ସ୍ପେକ୍ଟ୍ରମ୍‌ ନିଲାମରୁ ୧,୨୦,୧୭୩ କୋଟି  ଟଙ୍କାର ରାଜସ୍ୱ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.