ବାରଙ୍ଗ, ୧୭।୧ : ଏକୁଟିଆ ଦେଖି ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ କରୁଥିଲେ ଟାର୍ଗେଟ। ଝାଂପି ନେଉଥିଲେ ସୁନା ଅଳଙ୍କାର ସହ ମୋବାଇଲ୍। ଚନ୍ଦକା ଥାନା ପୁଲିସ ହାତରେ ଧରା ପଡିଛନ୍ତି ଏଭଳି ୨ ଲୁଟେରା।
ଗତ ଦୁଇ ଦିନ ତଳେ ଜଣେ ମହିଳା ତାଙ୍କ ପରିବାର ସହ ଡେରାସ ବୁଲିବାକୁ ଆସିଥିଲେ। ମହିଳାଙ୍କୁ ଏକା ଦେଖି ଦୁଇ ଲୁଟେରା ତାଙ୍କ ବେକରୁ ୨୦ଗ୍ରାମର ସୁନା ଚେନ୍ ଏବଂ ମୋବାଇଲ୍ ଲୁଟ୍ କରିଥିଲେ। ଏନେଇ ମହିଳା ଜଣକ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଲୁଟେରାଙ୍କୁ କାବୁ କରିଥିଲେ।
ଗିରଫ ଦୁଇ ଲୁଟେରା ହେଲେ ରଜେଶ ଦାସ ଏବଂ ରାଜକିଶୋର ଧର । ସେମାନଙ୍କ ଠାରୁ ଗୋଟିଏ ୨୦ଗ୍ରାମ ସୁନା ଚେନ, ମୋବାଇଲ୍ ଏବଂ ବାଇକ୍ ଚନ୍ଦକା ଥାନା ପୁଲିସ ଜବତ୍ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।