ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପଠାନରୁ ନେଇ ଆନିମଲ ୨୦୨୩ରେ ବିଶ୍ବ ସାରା ଚାଲିଲା ଏହି ୫ଫିଲ୍ମର ଯାଦୁ, ପ୍ରତି ଫିଲ୍ମର କଲେକ୍ସନ ପ୍ରାୟ ୧୦୦୦କୋଟି

Published By : Prameya | December 10, 2023 8:40 PM

ନୂଆଦିଲ୍ଲୀ,୧୦/୧୨ :  ୨୦୨୩ଭାରତୀୟ ଫିଲ୍ମ ଲାଗି ଏକ ବହୁତ ଭଲ ବର୍ଷ ଭାବେ ପ୍ରମାଣିତ ହୋଇଛି । କେତେକ ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି । ବର୍ଷର କିଛି ମୋଷ୍ଟ ଆଓ୍ବେଟେଡ ମୁଭି ଯେଭଳି କି ଡଙ୍କି ଏବଂ ସାଲାର : ପାର୍ଟ ୧ ଏବେ ବି ରିଲିଜ ଅପେକ୍ଷାରେ ରହିଛି । ବକ୍ସ ଅଫିସରେ ଆହୁରି ବି ରେକର୍ଡ଼ ହୋଇପାରେ । ରବିବାର (୧୦ଡିସେମ୍ବର)ସୁଦ୍ଧା ଆନିମଲ ବିଶ୍ବ ସାରା ୬୫୦କୋଟି କଲେକ୍ସନ ପାର୍ କରିଛି । ରଣବୀର କପୁରଙ୍କ ଏହି ଫିଲ୍ମ ଚଳିତ ବର୍ଷ ଏହା ମାଇଲ୍ ଷ୍ଟୋନ୍ ହାସିଲ କରିବାର ଟପ୍-୪ ଭାରତୀୟ ଫିଲ୍ମରେ ସାମିଲ ହୋଇଯାଇଛି । 

ଆନିମଲ ୧ଡିସେମ୍ବରରେ ରିଲିଜ ହୋଇଥିଲା ଏବଂ ଏବେ ପର୍ଯ୍ୟନ୍ତ ସିନେମା ହଲ୍‌ରେ ଏହା ସଫଳତାର ସହ ଚାଲୁ ରହିଛି । ଆନିମଲ ପୂର୍ବରୁ ଶାହରୁଖ ଖାନଙ୍କ ଜବାନ ଏବଂ ପଠାନ ସହ ସନି ଦେଓ୍ବଲଙ୍କ ଗଦ୍ଦର ୨ ଏବଂ ରଜନୀକାନ୍ତଙ୍କ ଜେଲର ୬୫୦କୋଟି କ୍ଲବରେ ଏଣ୍ଟ୍ରି ନେଇଥିଲେ । 

ଏକ୍ସରେ ଫିଲ୍ମ ଟ୍ରେଡ ଆନାଲିଷ୍ଟ ରମେଶ ବାଲା ରବିବାର ଟ୍ବିଟ କରିଛନ୍ତି ଯେ, ‘୨୦୨୩ରେ ଭାରତୀୟ ଫିଲ୍ମ ବିଶ୍ବସାରା ବକ୍ସ ଅଫିସରେ ୬୫୦କୋଟିରୁ ଅଧିକ କଲେକ୍ସନ କରିଛି । ପଠାନ, ଜଓ୍ବାନ, ଜେଲର, ଗଦ୍ଦର ୨, ଆନିମଲ (ଏବେ ରନିଂ) । ’

ସନ୍ଦିପ ରେଡ୍ଡି ବାଙ୍ଗାଙ୍କ ଆକ୍ସନ ଫିଲ୍ମ ଆନିମଲ ରିଲିଜର କେବଳ ୯ଦିନରେ ବିଶ୍ବସାରା ୬୬୦.୮୯କୋଟିରୁ ଅଧିକ କଲେକ୍ସନ କରିଛି । ଫିଲ୍ମରେ ରଶ୍ମିକା ମନ୍ଦାନା, ଅନୀଲ କପୁର ଏବଂ ବବି ଦେଓ୍ବଲ ବି ଅଛନ୍ତି । ନିଜ ‘ଟକ୍ସିକ’ ଚରିତ୍ର ଏବଂ ପ୍ରବ୍ଲେମ୍ୟାଟିକ ସିନ ଲାଗି ଆଲୋଚନାର ସାମ୍ନା କରିବା ପରେ ବି ଫିଲ୍ମ ବିଶ୍ବ ସାରା ୭୦୦କୋଟିର କଲେକ୍ସନ ପାଖାପାଖି ପହଞ୍ଚିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.