ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପୁରୀ ସମୁଦ୍ରରେ ଅଘଟଣ; ଲହଡ଼ି ମାଡ଼ରେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ,୫/୧୨ :  ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବାବେଳେ ଜନୈକ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ଜଣଙ୍କ ହେଲେ କୋଲକାତାର ଅଶୋକ ଚଟାର୍ଜୀ (୫୩)। ମଙ୍ଗଳବାର ଅପରାହ୍ନରେ ପରିବାର ସହ ସେ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ପହଞ୍ଚିଥିଲେ । ପତ୍ନୀ ଓ ପୁଅଙ୍କ ସହ ପରିବାରର ଅନ୍ୟମାନେ ସମୁଦ୍ରରେ ସ୍ନାନ କରୁଥିଲେ । ଏହି ସମୟରେ ଅଣ୍ଟାଏ ପାଣି ଭିତରେ ଛିଡ଼ା ହୋଇ ସମୁଦ୍ର ଢେଉର ମଜା ନେଉଥିଲେ ଅଶୋକ । ହଠାତ ଉଚ୍ଚ ଲହଡ଼ି ଆସି ତାଙ୍କ ଛାତିରେ ପିଟି ହୋଇଥିଲା । ଲହଡ଼ିର ଶକ୍ତ ଆଘାତରେ ପଛକୁ ଛିଟିକି ପଡ଼ିଥିଲେ ଅଶୋକ । ଫଳରେ ତାଙ୍କ ଉପରେ ପାଣି ମାଡ଼ି ଯାଇଥିଲା । ଏଥିସହ ପାଣିର ସ୍ରୋତ ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଉଥିଲା। ପରିବାର ଲୋକେ ଅଶୋକଙ୍କୁ ଟାଣି ଧରି ଉଦ୍ଧାର କରିଥିଲେ । ଏହି ସମୟରେ ସେ ନିସ୍ତେଜ ହୋଇଯାଇଥିଲେ । ପରେ ଅଟୋ ଯୋଗେ ତାଙ୍କୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଶବକୁ ସମୁଦ୍ରକୂଳ ଥାନା ପୁଲିସ ଜବତ କରିଛି । ବ୍ୟବଚ୍ଛେଦ ନିମନ୍ତେ ଶବକୁ ସଂରକ୍ଷଣ ଗୃହରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.