ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୧୫୬ କୋଟିରେ ବ୍ରହ୍ମପୁର ପାଇଁ ରିଙ୍ଗ୍‌ ରୋଡ୍‌, ୨ ବର୍ଷରେ କାମ ସରିବ, ଅଧିଗ୍ରହଣ ହେଲାଣି ୭୦% ଜମି

ଭୁବନେଶ୍ୱର, ୧୫/୧୧ : ବ୍ରହ୍ମପୁର ସହର ପାଇଁ ନିର୍ମାଣ ହେବ ରିଙ୍ଗରୋଡ୍‌। ୧୫୬ କୋଟି ୫୧ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟରେ ଏହି ରିଙ୍ଗରୋଡ୍‌ ନିର୍ମାଣ କରାଯିବ । ୨ ବର୍ଷରେ କାମ ସରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ ମିଳିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାଇଁ ୧୨.୩ କିଲୋମିଟର ବିଶିଷ୍ଟ ରିଙ୍ଗରୋଡ୍‌ ନିର୍ମାଣ କରିବ ପୂର୍ତ୍ତ ବିଭାଗ । ଏହି ପ୍ରକଳ୍ପ କାମ ହଳଦିଆପଦରୁ ଆରମ୍ଭ ହୋଇ ରତନପୁର ପର୍ଯ୍ୟନ୍ତ ଯିବ । ଏଥିପାଇଁ ପ୍ରାୟ ୭୦% ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ସାରିଲାଣି । ବାକି କାମ ତ୍ୱରିତ ବେଗରେ ଆଗେଇଛି । ଏହି ପ୍ରକଳ୍ପ ହେଲେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ସହରର ବିକାଶ ହେବ । ବ୍ରହ୍ମପୁର ସହରକୁ ଯାତାୟତ ଆହୁରି ସହଜ ଓ ସୁଗମ ହେବ । 

କ୍ୟାବିନେଟ ଏହି ପ୍ରକଳ୍ପ ପାଇଁ ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ୍‌ କନଷ୍ଟ୍ରକସନ ପ୍ରା.ଲିମିଟେଡ୍‌ ଓ ଆର୍‌.କେ.ଇନଫ୍ରାକ୍ରପ୍‌ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ଉଦ୍ୟୋଗର ଟେଣ୍ଡରକୁ ଅନୁମୋଦନ ଦେଇଛି । ଏହି ରିଙ୍ଗରୋଡ୍‌ ଜାତୀୟ ରାଜପଥକୁ ସଂଯୋଗ କରିବ । ସହରରେ ଟ୍ରାଫିକ ଭିଡ଼ କମିବା ସହ ବିକଳ୍ପ ରାସ୍ତା ଫିଟିବ । କ୍ୟାବିନେଟରେ ଗଞ୍ଜାମ ପାଇଁ ଆଉ ବଡ଼ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ଧରାକୋଟ ବ୍ଲକର ଜାନିଭିଲି ଗାଁ ନିକଟରେ ଋଷିକୂଲ୍ୟା ନଦୀ ଉପରେ ଜାନିଭିଲି ନାଁରେ ବ୍ୟାରେଜ ନିର୍ମାଣ ହେବ । ଏହି ବ୍ୟାରେଜ ନିର୍ମାଣ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ବାବଦକୁ ୧ କୋଟି ଟଙ୍କା (ଜିଏସଟି ବ୍ୟତୀତ) ରଖାଯାଇଛି । ଏ ସମ୍ପର୍କିତ ଟେଣ୍ଡରକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ । ଏହି ପ୍ରକଳ୍ପ ୨୪ ମାସରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ବିଦ୍ୟୁତ ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍ମଚାରୀ ନିବାସ ନିର୍ମାଣ ହେବ । ଏହାବାଦ୍‌ ୫ ବର୍ଷ ପାଇଁ ପ୍ରକଳ୍ପର ରକ୍ଷଣାବେକ୍ଷଣ ମଧ୍ୟ ହେବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମ ଜିଲ୍ଲାର ୫୨ ହଜାର ୬୭୫ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିଅନ ଲିଟର ପାନୀୟ ଜଳ ପ୍ରତିଦିନ ଉପଲବ୍ଧ ହେବ । ଏହାବାଦ୍‌ ପ୍ରକଳ୍ପଟି ୩୨ ହେକ୍ଟର ଅଞ୍ଚଳରେ ମାଛ ଚାଷ ସୁବିଧା ଯୋଗାଇବ । ଭୂତଳ ଜଳର ପୁନଃଭରଣ ଓ ପରିବେଶ ସନ୍ତୁଳନରେ ସହାୟକ ହେବ । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.