ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଖାଉଟିଙ୍କୁ ଆଶ୍ୱସ୍ତି: ୨୭.୫ ଟଙ୍କାରେ ମିଳିବ ‘ଭାରତ ଅଟା, ମୋବାଇଲ୍‌ ଭ୍ୟାନ୍‌ରେ ୧୦ ଓ ୩୦ କିଲୋ ପ୍ୟାକ୍‌ରେ ବିକ୍ରି ହେବ

ନୂଆଦିଲ୍ଲୀ,୦୭/୧୧ : ଅଟାର ବର୍ଦ୍ଧିତ ଦରରୁ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆଜି କେନ୍ଦ୍ର ସରକାର ‘ଭାରତ ଅଟା’ର ଶୁଭାରମ୍ଭ କରିଛନ୍ତି । ଦେଶବ୍ୟାପୀ କିଲୋ ପିଛା ୨୭.୫୦ ଟଙ୍କାରେ ଏହି ଅଟା ଉପଲବ୍ଧ ହେବ । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ବିତରଣ ଯାନଗୁଡ଼ିକୁ ସବୁଜ ପତାକା ଦେଖାଇ ବଜାରକୁ ଛାଡ଼ିଛନ୍ତି । ମୋବାଇଲ ଭ୍ୟାନ୍‌ରେ  ୧୦ କିଲୋ ଏବଂ ୩୦ କିଲୋ ପ୍ୟାକ୍‌ରେ ଏହି ଅଟା ମିଳିବ ।

ଦେଶବ୍ୟାପୀ ୨ ହଜାର ଆଉଟ୍‌ଲେଟ୍‌ରେ ଏ ଅଟା ଉପଲବ୍ଧ ହେବ । ଏହାକୁ ନ୍ୟାସ୍‌ନାଲ ଏଗ୍ରିକଲ୍‌ଚରାଲ କୋଅପରେଟିଭ୍‌ ମାର୍କେଟିଂ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ନାଫେଡ୍‌), ନ୍ୟାସ୍‌ନାଲ କୋଅପରେଟିଭ୍‌ କଞ୍ଜ୍ୟୁମର୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ସିସିଏଫ୍‌), ସଫଳ, ମଦର ଡାଏରି ଏବଂ ଅନ୍ୟ ସହକାରୀ ସଂସ୍ଥାନ ଗୁଡ଼ିକ ଜରିଆରେ ବିକ୍ରି କରାଯିବ । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏ ଅବସରରେ କହିଛନ୍ତି, ‘ଭାରତ ଅଟା’ ପାଇଁ ବିଭିନ୍ନ ସରକାରୀ ଏଜେନ୍ସିଗୁଡ଼ିକୁ ଦେଢ଼ ଲକ୍ଷ ମେଟ୍ରିକ୍‌ ଟନ୍‌ ଗହମ ଆବଣ୍ଟନ କରାଯାଇଛି ।   ଉପଭୋକ୍ତା ବ୍ୟାପାର ବିଭାଗ ଅନୁସାରେ, ଏବେ ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି ।

ବଜାରରେ ଅଣ-ବ୍ରାଣ୍ଡେଡ୍‌ ଅଟାର ଖୁଚୁରା ଦର କିଲୋ ପିଛା ୩୦ରୁ ୪୦ ଟଙ୍କା ରହିଛି । ବ୍ରାଣ୍ଡେଡ୍‌ ଅଟା କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଲଗାତର ଗହମର ବର୍ଦ୍ଧିତ ଦର ଯୋଗୁ ପୂଜା ଋତୁରେ ଅଟା ଦରରେ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶସ୍ତାରେ ଅଟା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ପିଆଜର ବର୍ଦ୍ଧିତ ଦରରୁ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର କିଲୋ ପିଛା ୨୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି । ନ୍ୟାସ୍‌ନାଲ କୋଅପରେଟିଭ୍‌ କଞ୍ଜ୍ୟୁମର୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଏନ୍‌ସିସିଏଫ୍‌ ଏବଂ ନାଫେଡ୍‌ କିଲୋ ପିଛା ୨୫ ଟଙ୍କା ଦରରେ ପୂର୍ବରୁ ବଫର ପିଆଜ ବିକ୍ରି କରୁଛନ୍ତି ।

ଏନ୍‌ସିସିଏଫ୍‌ ୨୦ ରାଜ୍ୟର ୫୪ ସହରରେ ୪୫୭ ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି । ସେହିଭଳି ନାଫେଡ୍‌ ୨୧ ରାଜ୍ୟର ୫୫ ସହରରେ ୩୨୯ ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି । ଏହାବ୍ୟତୀତ ସରକାର କିଲୋ ପିଛା ୬୦ ଟଙ୍କା ଦରରେ ‘ଭାରତ ଡାଲି’(ଚଣା ଡାଲି) ଉପଲବ୍ଧ କରାଉଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.