ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରିଉ ସେପ୍ଟି ଗାଇଡଲାଇନ୍ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବୃହତ୍ତମ ଏୟାର ଲାଇନ୍‌ସ କମ୍ପାନୀ ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏକ ବଡ ଭୁଲ କରିଛି, ଯେଉଁଥି ପାଇଁ ତାଙ୍କୁ ବର୍ତ୍ତମାନ ୮୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ । ବିମାନ ଉଡ଼ାଣ ସୁରକ୍ଷା ଏବଂ କ୍ରୁ ସଦସ୍ୟଙ୍କ ଥକ୍କାପଣ ହ୍ରାସ ପାଇଁ ନିର୍ମିତ ନିୟମର ଉଲ୍ଲଂଘନ ପାଇଁ ବିମାନ ଚଳାଚଳ ନିୟାମକ ମହାନିର୍ଦେଶକ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ଏହି ଜୋରିମାନା ଲଗାଇଛି । 

ସୂଚନା ଅନୁସାରେ ଡିଜିସିଏ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ, ଏୟାର ଇଣ୍ଡିଆ ବିମାନ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟ ସହ ଜଡିତ ନିୟମକୁ ସଠିକ୍ ଭାବରେ ପାଳନ କରୁ ନାହିଁ । କମ୍ପାନୀ ସେମାନଙ୍କ ଥକ୍କାକୁ ଦୃଷ୍ଟିରେ ରଖି କ୍ରୁ ସଦସ୍ୟଙ୍କ ଫ୍ଲାଇଙ୍ଗ୍ ଡ୍ୟୁଟି ଘଣ୍ଟା ଏବଂ ସମୟ ପରିଚାଳନାକୁ ସଠିକ୍ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇ ନାହିଁ । ତେଣୁ କମ୍ପାନୀକୁ ବର୍ତ୍ତମାନ ଏହି ଜରିମାନା ଦେବାକୁ ପଡିବ । ତେବେ ଆପଣ ଜାଣନ୍ତି କି କ୍ରୁ ସଦସ୍ୟ ମାନଙ୍କ ବିଶ୍ରାମ ପାଇଁ ନିୟମ କ’ଣ ? 

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଜାନୁଆରୀରେ ଏୟାର ଇଣ୍ଡିଆର ଏକ ସାଇଟ୍ ଅଡିଟ୍ କରିଥିଲା । ଏହି ସମୟ ମଧ୍ୟରେ ମିଳିଥିବା ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । 

 

 

  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.