ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ହରିରାଜପୁର ଗ୍ରାମରେ ଯୁବକଙ୍କୁ ହତ୍ୟା ଘଟଣା, ଫେରାର୍ ମାରିବା ବେଳେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ବାଙ୍କୀ, ୧୩/୦୪ : ଶୁକ୍ରବାର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା ଘଟଣା। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ଶେଷଦବ ସାହୁ। ତେବେ ହତ୍ୟାର କାରଣ ଜଣା ପଡ଼ି ନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚୁରା କରୁଛି। ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଜଣଙ୍କ ଫେରାର୍ ହେବାକୁ ଉଦ୍ୟମ କରିବା ବେଳେ ବାଘମାରୀ ଅଞ୍ଚଳରୁ ଗିରଫ କରିଛି ପୋଲିସ। 

ସୂଚନାନୁଯାୟୀ, ଶୁକ୍ରବାର ହରିରାଜପୁର ଗ୍ରାମ ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପ କୋଠାଘରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ଶୀତଲ ସାହୁ। ପୂଜା କରିବାକୁ ସ୍ଥାନୀୟ ଲୋକେ ମନ୍ଦିର କବାଟ ଖୋଲିବାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କୋଠ ଘର ଠାରୁ ଶହେ ମିଟର ଦୂରରେ ଯୁବକଙ୍କ ଚପଲ, ମୋବାଇଲ ଓ ଖଣ୍ଡା ଜବତ କରାଯାଇଥିଲା। ତେଣୁ କେହି ଖଣ୍ଡାରେ ଆକ୍ରମଣ କରି ପଥରରେ ଛେଚି ହତ୍ୟା କରି ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। ଘଟଣା ସ୍ଥଳରେ ବାଙ୍କୀ ଏସଡିପିଓ ଓ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.