ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ବବି ଦେଓଲ , ସେୟାର କଲେ ନିଜ ଅପକମିଂ ଫିଲ୍ମର ଭୟଙ୍କର ପୋଷ୍ଟର

ମୁମ୍ୱାଇ – ବଲିଉଡ ଫିଲ୍ମ ଅଭିନେତା ବବି ଦେଓଲଙ୍କର ଆଜି ହେଇଛି ବାର୍ଥଡେ ଏବଂ ଏହି ବିଶେଷ ଦିନରେ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି। ବବି ଅପକମିଂ ଫିଲ୍ମ କଙ୍ଗୁଭାର ନଜର ଆସୁଛନ୍ତି, ଯାହାର ପୋଷ୍ଟର ବବିଙ୍କ ଜନ୍ମଦିନ ଅବସରରେ ରିଲିଜ କରାଯାଇଛି। ଫିଲ୍ମରେ ବବି , ଉଦିରନଙ୍କର ଚରିତ୍ରରେ ନଜର ଆସୁଛନ୍ତି, ଯିଏକି ଖୁବ୍‌ ଭୟଙ୍କର ଲାଗୁଛନ୍ତି। ବବିଙ୍କର ଏହି ପୋଷ୍ଟର ରିଲିଜ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 

ପୋଷ୍ଟରରେ ଆପଣ ଦେଖି ପାରିବେ କି, ବବି ନିଜର ଚରିତ୍ର ଉଦିର ଭାବେ ନଜର ଆସୁଛନ୍ତି ଏବଂ ତାଙ୍କର ଆଖପାଖରେ ଅନେକ ମହିଳାମାନେ ଅଛନ୍ତି। ବବିଙ୍କ ବଡ଼ କେଶ, ଅସ୍ତ୍ରଶସ୍ତ୍ର ଓ ତାଙ୍କର ବାମ ଆଖି, ପୂରା ଲୁକ୍ ଖୁବ୍ ଭୟଙ୍କର ନଜର ଆସୁଛି। ବବି ନିଜେ  ଏହି ପୋଷ୍ଟରର ସେୟାର କରିଛନ୍ତି। ସେଠାରେ ଫିଲ୍ମର ଲିଡ୍‌ ଅଭିନେତା ତଥା ଷ୍ଟାର ସୂର୍ଯ୍ୟା ବବିଙ୍କ ପୋଷ୍ଟର ସେୟାର କରି ଲେଖିଛନ୍ତି , ହ୍ୟାପି ବାର୍ଥ ଡେ ବବି ଦେଓଲ ଭାଇ। ଥ୍ୟାଙ୍କୟୁ ଏତେ ଭଲ ବନ୍ଧୁତା ପାଇଁ। ଆପଣଙ୍କର କଙ୍ଗୁଭାରେ ଶକ୍ତିଶାଳୀ ଉଦିରନର ଟ୍ରାନ୍ସଫର୍ମେସନ ଦେଖି ମଜା ଆସୁଛି। 

କହି ରଖୁଛୁ କି , ଫିଲ୍ମକୁ ଶିବା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ସୂର୍ଯ୍ୟା ଲିଡ୍‌ ରୋଡ୍‌ରେ ଅଛନ୍ତି। ଫିଲ୍ମରେ ସୂର୍ଯ୍ୟା ଓ ବବିଙ୍କ ବ୍ୟତୀତ ଦିଶା ପାଟନୀ ମଧ୍ୟ ଅଛନ୍ତି । ସେପଟେ ଫିଲ୍ମର ମ୍ୟୁଜିକ ଦେବୀ ଶ୍ରୀ ପ୍ରସାଦ କମ୍ପୋଜ କରୁଛନ୍ତି। 

ରିପୋର୍ଟ ମୁତାବିକ , କଙ୍ଗୁବା ୩୮ଟି ଭାଷାରେ ରିଲିଜ ହେବ। ଫିଲ୍ମ ୨ଡି ଓ ୩ଡି ଭର୍ସନରେ ରିଲିଜ ହେବ। ମେକର୍ସ ଏହା ମଧ୍ୟ ପ୍ଲାନ କରୁଛନ୍ତି କି ଫିଲ୍ମକୁ ଆଇମ୍ୟାକ୍ସ ସ୍କ୍ରିନ୍‌ସରେ ରିଲିଜ୍‌ କରାଯିବ।

କହି ରଖୁଛୁ କି, ଏହି ଫିଲ୍ମ ମାଧ୍ୟମରେ ବବିଙ୍କର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ ମଧ୍ୟ ହେଉଛି। ଏହା ପୂର୍ବରୁ ବବି କେବଳ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି। ଏହାପରେ ଏହା ବି କୁହାଯାଉଛି କି ବବି ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିବେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.