ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁବକଙ୍କୁ ରୋଜଗାର ଯୋଗାଉଛି ମାଛ ଚାଷ

ମାଲକାନଗିରି,୨୩/୫(ଆପ୍ର ) ଶିଳ୍ପୀ ବିହୀନ ମାଲକାନଗିରି ଜିଲ୍ଲା ରେ ଅନେକ ଯୁବଗୋଷ୍ଠୀ କାମ ନପାଇ ପରିବାର ଚଲାଇବା ପାଇଁ ବାହାର ରାଜ୍ୟକୁ  ଦାଦନ ଖଟିବାକୁ ପଳାଇଥାନ୍ତି। ହେଲେ ଜଣେ ଶିକ୍ଷିତ ବେକାରୀ ଯୁବକ ମାଛ ଚାଷ କରି ନିଜେ ସ୍ୱାବଲମ୍ବି ହେବା ସହିତ ଗାଁର ଅନ୍ୟ ଯୁବକ ମାନଙ୍କୁ ରୋଜଗାର ର ବାଟ ଦେଖାଇଛି।

ପୂର୍ବରୁ ମାଲକାନଗିରି ଜିଲ୍ଲାକୁ ଆନ୍ଧ୍ରପ୍ରଦେଶ ର ବରଫ ଦିଆ ମାଛ ଆସୁଥିଲା। ମାଛ ଚାଷ କହିଲେ   ଲୋକେ ଉପକୂଳ ଓଡିଶାକୁ ବୁଝୁଥିଲା । ଏବେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବି ହେଲାଣି ମାଛ ଚାଷ ।  ଏବେ ଅନେକ ଯୁବକ  ମାଛ ଚାଷରେ ସ୍ୱାବଲମ୍ବୀ ହୋଇଥିବା ଦେଖିବାକି ମିଳୁଛି । ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଞ୍ଚଳ ର ଆଦିବାସୀ ଯୁବକ ଆନନ୍ଦ ଚାରିକ । ପୂର୍ବରୁ ଛୋଟ ଏକ ପାଖରୀରେ  ମାଛ ଚାଷ କରିଥିବା ଆନନ୍ଦ ଚାର୍କୀ କିଛି ବର୍ଷ ବ୍ୟବଧାନ ପରେ ପୋଖରୀକୁ ଖୋଳି ବଡ଼ କରି ପୁଣି ମାଛ ଚାଷ କରିଛନ୍ତି । ଚଳିତ ବର୍ଷ ସେ ଦୁଇ ଏକର ପୋଖରୀ ରେ ପ୍ରାୟ ୫ହଜାରରୁ ଉର୍ଦ୍ଧ ମାଛ ଯାଆଁଳ ଛାଡି ଥିଲେ, ପୋଖରୀ ନବୀକରଣ, ମାଛ ଯାଆଁଳ, ଦାନା ଅନ୍ୟାନ ଖର୍ଚ୍ଚ ନେଇ ତାଙ୍କର ପ୍ରାୟ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ଆନନ୍ଦ ନିଜ ପୋଖରୀ ରେ ରୋହି, ଭାକୁର , ରୂପଚାନ୍ଦ, ଭଳି ଅନେକ ପ୍ରକାର କିସମ ର ମାଛ ଚାଷ କରିଛନ୍ତି ।

ପୋଖରୀ ରୁ ମାଛ ବିକ୍ରୀ କରି ବର୍ଷକୁ ପ୍ରାୟ ୬ରୁ ୭ଲକ୍ଷ ଟଙ୍କା ରୋଜଗାର କରିବା ପାଇଁ ଆଶା ରଖିଛନ୍ତି।ଏବେ ମାଛ ଗୁଡିକ ବଢ଼ି ପ୍ରାୟ ୩ରୁ ୪ କେଜି ହେଲାଣି, ସେ ବେପାରୀ ଓ ଖାଉଟି ମାନଙ୍କୁ କେଜି ପିଛା ଦେଢ଼ଶହ ଟଙ୍କାରେ ବିକ୍ରୀ କରୁଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମତ୍ସ ଚାଷ ଯୋଜନାରେ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିଛି। ଦୁଇ ଏକର ଜମିରେ ସେ କରିଥିବା ମାଛ ଚାଷ ଚଳିତ ବର୍ଷ ତାଙ୍କୁ ଭଲ ଆୟ ଦେବ ବୋଲି ଆନନ୍ଦ କହିଛନ୍ତି । ଆନନ୍ଦ ଅନ୍ୟ ବେକାରୀ ଯୁବକ ମାନଙ୍କ ପାଇଁ ଉଦାହରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.