ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭାରତ ଫେରିବ ଫୋର୍ଡ, ୨ ବର୍ଷ ପରେ ଖୋଲିବ ଚେନ୍ନାଇ ପ୍ଲାଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପରେ ଭାରତ ଫେରିବାକୁ ଯାଉଛି ଆମେରିକୀୟ କାର ନିର୍ମାତା ‘ଫୋର୍ଡ’ । ତାମିଲନାଡୁରେ ପୁଣି ଥରେ କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି କମ୍ପାନି । କମ୍ପାନି ତାମିଲନାଡୁ ପ୍ଲାଣ୍ଟରେ କାର ତିଆରି କରି ରପ୍ତାନୀ କରିବ । ଏନେଇ ଶୁକ୍ରବାର କମ୍ପାନି ରାଜ୍ୟ ସରକାରଙ୍କ ପାଖରୁ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି । ଗତକାଲି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଥିଲେ ଯେ, ରପ୍ତାନୀ ଲାଗି ଦୁଇଟି ନିର୍ମାଣ କମ୍ପାନି ଯୋଗଯୋଗ କରିଛନ୍ତି ।

 ୨୦୨୧ରେ ଘରୋଇ ବଜାରରେ ବିକ୍ରି ଲାଗି କାର ଉତ୍ପାଦନ ବନ୍ଦ କରିଥିଲା ଫୋର୍ଡ । ପରେ ୨୦୨୨ରେ କାର ବିକ୍ରିରେ ହ୍ରାସ ଘଟିବାରୁ କମ୍ପାନି ରପ୍ତାନୀ ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲା । ଏହା ସହ ଫୋର୍ଡ ତୃତୀୟ ସବୁଠୁ ବଡ଼ କାର ନିର୍ମାତା କମ୍ପାନି ତାଲିକାରୁ ତଳକୁ ଖସିଆସିଥିଲା । ଏବେ ଏହି ତାଲିକାରେ ଏସିଆର କାର ନିର୍ମାତାଙ୍କ ଦବଦବା ରହିଛି ।  

ଏବେ ପୁଣି ଥରେ ରପ୍ତାନୀ ବୃଦ୍ଧି କରିବା  ଲାଗି ଭାରତରେ କାର ନିର୍ମାଣ ଉପରେ ଧ୍ୟାନକେନ୍ଦ୍ରୀତ କରାଯିବ ବୋଲି ଫୋର୍ଡ ପକ୍ଷରୁ କୁହାଯାଇଛି । କେଉଁ ସବୁ ମଡେଲ ଭାରତରେ ନିର୍ମାଣ ହେବ ସେନେଇ କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଫେରିଯିବା ପୂର୍ବରୁ ଚେନ୍ନାଇର ଏହି ପ୍ଳାଣ୍ଟରେ କମ୍ପାନି କାର ଏବଂ ଇଞ୍ଜିନ ତିଆରି କରୁଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.