ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ମୂଲ ଲାଗୁଛନ୍ତି ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ଫୁଲ ଶବର: ମରାମତି ଅଭାବରୁ ଘର ଜରାଜୀର୍ଣ୍ଣ, ମିଳୁନି ସରକାରୀ ସହାୟତା

ଗୁଣପୁର,୧୬/୦୯: ଫୁଲ ଶବର । ପୂର୍ବତନ ବ୍ଲକ ଅଧ୍ୟକ୍ଷା । କ୍ଷମତା ଅଳିନ୍ଦରେ ଚାଲୁଥିବା ବେଳେ ଆଖପାଖରେ ବୁଲୁଥିଲା ପ୍ରଶାସନ । ପ୍ରାଶାସନିକ ଅଧିକାରୀ, କର୍ମଚାରୀ,  ରାଜନେତା ଏବଂ କର୍ମୀଙ୍କ ଭିଡ଼ ଜମୁଥିଲା ।  ଗୁହାରି ଜଣାଇବାକୁ ଜନସାଧାରଣଙ୍କ ଲାଗୁଥିଲା ଲମ୍ବା ଲାଇନ୍‌ । କ୍ଷମତା ଚାଲିଗଲା  ପରେ ସବୁକିଛି ଓଲଟି ଯାଇଛି । ପୂର୍ବତନ ବ୍ଳକ  ଅଧ୍ୟକ୍ଷାରୁ ପାଲଟିଯାଇଛନ୍ତି ଦିନ ମଜୁରିଆ । ଖଟିଲେ ଖାଇବାକୁ ମିଳୁଛି । ପେଟଚାଖଣ୍ଡକ ଲାଗି ମୂଲ ଲାଗିବାକୁ ପଡୁଛି । ରାଜନୀତିରେ  ଏକ ପ୍ରକାର ଅପ୍ରାସଙ୍ଗିକ ହୋଇପଡିଛନ୍ତି ।  ଫୁଲଙ୍କ ଜୀବନରାସ୍ତା କଣ୍ଟକିତ ହୋଇଯାଇଛି ।  

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ  ନାଇରା ପଞ୍ଚାୟତର ନିପଟ ମଫସଲ ଗାଁ  ଚିନ୍ତାଲଗୁଡାରେ ଫୁଲଙ୍କ ଘର । ରାଜନୀତିରେ  ସଫଳତା ପାଇବା ପରେ ପ୍ରଥମ ବ୍ଳକ୍‌ ଅଧ୍ୟକ୍ଷା  ଭାବେ ଆସନ ଗ୍ରହଣ କରିଥିଲେ । ୧୯୯୭  ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲା  ଚିନ୍ତଲଗୁଡ଼ା । ଘର ଆଗରେ ଲୋକଙ୍କ ଭିଡ଼  ଜମୁଥିଲା । ଅଧ୍ୟକ୍ଷା ଭାବେ ଗୁହାରି ଶୁଣି ସମସ୍ୟା  ସମାଧାନ କରୁଥିଲେ । ସେତେବେଳର ଚର୍ଚ୍ଚିତ  ଚେହେରା ପାଲଟିଯାଇଥିଲେ ଫୁଲ । କ୍ଷମତା  ଚାଲିଯିବା ପରେ ସମୟକ୍ରମରେ ରାଜନୀତିରେ  ଏକ ପ୍ରକାର ଅଲୋଡ଼ା ହୋଇଯାଇଥିଲେ ।  

ଏବେ ଫୁଲଙ୍କ ଠିକଣା ପାଲଟିଛି ତାଙ୍କ  ଝିଅ ଘର ନାଇରା । ମରାମତି ଅଭାବରୁ ନିଜ  ଘର ଭାଙ୍ଗିଯିବାରୁ ଝିଅ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଦୟନୀୟ ଭାବେ ଜୀବନ ବିତାଉଛନ୍ତି ।  ଆବାସ ଯୋଜନାରେ ସାମିଲ ହୋଇନଥିବା  ବେଳେ ନିଜ ନାଁରେ ରାସନ୍‌ କାର୍ଡ ନାହିଁ ।  ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନି । ବୃଦ୍ଧାବସ୍ଥାରେ  ବି କାହା ଉପରେ ଅଯଥା ବୋଝ ହେବାକୁ  ଚାହୁଁନାହାନ୍ତି । ପ୍ରତିଦିନ ସକାଳୁ ନିତ୍ୟକର୍ମ  ସାରି ବାହାରି ଯାଉଛନ୍ତି ମୂଲ ଲାଗିବାକୁ ।  ଯାହା ପ୍ରାପ୍ୟ ମିଳୁଛି ସେଥିରେ ଗୁଜୁରାଣ  ମେଣ୍ଟାଉଛନ୍ତି । ବ୍ଲକ କ୍ଷମତାର ଆଗଧାଡ଼ିରେ  ଥିବା ବ୍ୟକ୍ତି ଅସହାୟ ଜୀବନ ବିତାଉଛନ୍ତି ।  ଯିଏ ଦିନେ ଲୋକଙ୍କୁ ସହାୟତା ଯୋଗାଇ  ଦେଉଥିଲେ ସେ ଆଜି ସରକାରୀ ସହାୟତାକୁ  ଚାହିଁ ବସିଛନ୍ତି । ରାଜନୈତିକ ବିଶେଷଜ୍ଞ  କହିଛନ୍ତି, କ୍ଷମତା ଥିବା ବେଳେ ନିଜ ପାଇଁ କିଛି  କରିପାରିଲେନି ଫୁଲ । ଅଧ୍ୟକ୍ଷା ପଦ ଚାଲିଯିବା  ପରେ ଅଣଦେଖା କରିବା ଗଣତନ୍ତ୍ର ପ୍ରତି  ଉପହାସ ଏବଂ ଅଶୁଭ । ଫୁଲଙ୍କୁ ସରକାରୀ  ସହାୟତା ଯୋଗାଇ ଦେବା ଦରକାର । 

 ଫୁଲ କହିଛନ୍ତି, ୧୯୯୭ରେ ସେ  ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ।  ସେତେବେଳେ ନେତା, ମନ୍ତ୍ରୀଙ୍କ ସହ  ସଭାସମିତିରେ ଯୋଗ ଦେଉଥିଲେ ।  ଘର ଆଗରେ ଦଳୀୟ କର୍ମୀଙ୍କଠୁ ଆରମ୍ଭ  କରି ସରପଞ୍ଚ, ସମିତି ସଭ୍ୟ ଏବଂ  ଜନସାଧାରଣଙ୍କ ଭିଡ଼ ଜମୁଥିଲା ।  ଶାସନରେ ଥିବା ବେଳେ ନିଜ ଲାଗି କିଛି  କରିପାରିନଥିଲେ । ସମୟଚକ୍ରରେ ଆଜି  ଅଲୋଡା ହୋଇଯାଇଛନ୍ତି । ଚିନ୍ତଲଗୁଡ଼ାର  ଘର ଭାଙ୍ଗି ଜରାଜୀର୍ଣ୍ଣ । କେତେବେଳେ  ଭାଙ୍ଗିଯିବ କହିହେବନି । ବାଧ୍ୟ ହୋଇ  ନାଇରାରେ ଝିଅ ପାଖରେ ରହୁଛନ୍ତି ।  ସରକାରୀ ଯୋଜନାକୁ ଅପେକ୍ଷା କରିଛନ୍ତି । ଏ  ଦିଗରେ କିଛି ସହଯୋଗ କର ବୋଲି କହିବା  ବେଳେ ଫୁଲଙ୍କ ଆଖିରୁ ଝରିପଡିଥିଲା ଲୁହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.