ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା, ଆଉ ଜଣେ ଭାରତୀୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ୧୨।୫: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲା । ଏଥିରେ ଚତୁର୍ଥ ଅଭିଯୁକ୍ତକୁ ଗିରଫ କଲା କାନାଡା ପୋଲିସ । ତେବେ ପୂର୍ବରୁ ଏହି ମାମଲାରେ ୩ ଭାରତୀୟଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ଜଣେ ଭାରତୀୟ ହୋଇଥିବା ବେଳେ ତା’ର ନାମ ଅମନଦ୍ବୀପ ସିଂ ବୋଲି ଜଣାପଡିଛି। 

ତେବେ ଏହି ପ୍ରସଙ୍ଗରେ ଭାରତ-କାନାଡା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅତି ତିକ୍ତତାପୂର୍ଣ୍ଣ ସ୍ଥିତିକୁ ଯାଇଥିଲା । ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଅଭିଯୋଗ ନିଜେ କାନାଡା ପ୍ରଧାନମନ୍ତ୍ରୀ  ଉଠାଇବା ପରେ ଏହାକୁ ନୂଆଦିଲ୍ଲୀ ଖଣ୍ଡନ କରିବା ସହ ତୀବ୍ର ନିନ୍ଦା କରିଥିଲା । ତେବେ ଏହି ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କାନାଡାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିସାରିଛି ।

କାନାଡାର ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ମାମଲାର ତଦନ୍ତ କରୁଥିବା ରୟାଲ କାନାଡା ମାଉଣ୍ଟେଡ ପୋଲିସ ଦ୍ବାରା ଗିରଫ ୪ର୍ଥ ଅଭିଯୁକ୍ତ ମଧ୍ୟ ଜଣେ ଭାରତୀୟ । ପୂର୍ବରୁ ୩ ଭାରତୀୟ କରନ ବରାର, କମଲପ୍ରୀତ ସିଂ ଓ କରଣପ୍ରୀତ ସିଂଙ୍କୁ ପୋଲିସ ଗିରଫ କରିଥିଲା । ସମସ୍ତ ୪ ଗିରଫ ଅଭିଯୁକ୍ତଙ୍କୁ ଏବେ ଜେରା ଜାରି ରହିଛି । ଖଲିସ୍ତାନୀ ଆନ୍ଦୋଳନର ନେତୃତ୍ବ ନେଇ ଏକାଧିକ ହିଂସା ଓ ଅପରାଧିକ କାଣ୍ଡରେ ସାମିଲ ଥିବା ହରଦ୍ବୀପ ସିଂ ନିଜ୍ଜାରକୁ ୨୦୨୦ରେ ଭାରତ ସରକାର ଦ୍ବାରା ଆତଙ୍କବାଦୀ ଘୋଷିତ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ଦେଶ ଛାଡି ପଳାୟନ କରିଥିଲା । ପରବର୍ତ୍ତୀ ସମୟରେ ସେ କାନାଡାରେ ଥିବା ଜଣାପଡିଥିଲା । ଗତବର୍ଷ ଜୁନରେ କାନାଡାର ବ୍ରିଟିଶ କଲମ୍ବିଆ ଏରିଆରେ ତାକୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଏହାପରେ କାନାଡା ଭାରତ ମଧ୍ୟରେ କୂଟନୈତିକ ତିତକ୍ତା ଆରମ୍ଭ ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.