ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ "ହର ଘର ତ୍ରିରଙ୍ଗା' ଅଭିଯାନ, ଆସନ୍ତା ୧୩ରୁ ୧୫ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର, ୦୯/୦୮: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ  "ହର ଘର ତ୍ରିରଙ୍ଗା' ଅଭିଯାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୭ ବର୍ଷ ପାଳନ ଅବସରରେ ଏହି ଅଭିଯାନ  ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ। ପ୍ରତି ଘରେ ଜାତୀୟ ପତାକା  ଉଡ଼ାଇ ସ୍ୱାଧୀନତା ଉତ୍ସବ ପାଳିବାକୁ  ଉତ୍ସାହିତ କରିବା ଏହି ଅଭିଯାନର  ମୁଖ୍ୟ ଉଦ୍ଦେଶ୍ୟ । ଏ ସଂପର୍କରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ  ବିଭାଗ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ  ନିକଟକୁ ପ୍ରେରିତ ପତ୍ର ଆଧାରରେ ଆମ  ରାଜ୍ୟରେ "ହର ଘର ତ୍ରିରଙ୍ଗା' ଅଭିଯାନ  ଅନୁଷ୍ଠିତ ହେବ ।  ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରେ ଲୋକସେବା ଭବନରେ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ  ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । 

ବୈଠକର ଆଲୋଚନା  ଅନୁସାରେ "ହର ଘର ତିରଙ୍ଗା'  କାର୍ଯ୍ୟକ୍ରମ ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତ  ସ୍ତରରେ ମଧ୍ୟ ପାଳିତ ହେବ । ପଞ୍ଚାୟତ ସ୍ତର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ  ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀ, ଜିଲ୍ଲା ଜଳ ଓ ପରିମଳ କମିଟିଙ୍କ ସହ ବିଶିଷ୍ଟ  ବ୍ୟକ୍ତିମାନେ ଯୋଗଦେବେ । ଏହି  କାର୍ଯ୍ୟକ୍ରମରେ ବିଗତ ବର୍ଷ ଭଳି ଚଳିତ  ବର୍ଷ ମଧ୍ୟ ଜାତୀୟ ପତାକା ସହ ସେଲ୍‌ଫି  ଅନ୍‌ଲାଇନରେ ଅପଲୋଡ୍‌ କରିବାକୁ ଅନୁରୋଧ କରାଯାଇଛି  ।  

ଚଳିତ ବର୍ଷ "ହର ଘର ତ୍ରିରଙ୍ଗା'  ବ୍ୟାନରରେ ତ୍ରିରଙ୍ଗା ଶପଥ ଓଡ଼ିଆ ଭାଷାରେ ନିଆଯିବ । ସ୍ଥାନୀୟ ନେତୃବୃନ୍ଦ,  ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ  ଅନୁଷ୍ଠାନ ଓ ଜନସାଧାରଣ ଜାତୀୟ ପତାକା  ସହ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବାକୁ  କୁହାଯାଇଛି । ସ୍ୱାଧୀନତା ସଂଗ୍ରାମୀଙ୍କୁ  ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜନ  ସ୍ଥଳରେ ତ୍ରିରଙ୍ଗା କାନଭାସ ରଖାଯିବ,  ଯେଉଁଥିରେ ଜନସାଧାରଣ "ହର ଘର  ତ୍ରିରଙ୍ଗା' ଏବଂ "ଜୟ ହିନ୍ଦ୍‌' ଲେଖି  ଅଭିଯାନରେ ସାମିଲ ହେବେ । ମିଶନ  ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟକ  ଗୋଷ୍ଠୀ ସହଯୋଗରେ ଜାତୀୟ ପତାକା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.