ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଇଣ୍ଡିଆ ଗଠବନ୍ଧନର ନିର୍ବାଚନ ଆୟୋଗଙ୍କୁ ୫ଦାବି

ନୂଆଦିଲ୍ଲୀ, ୩୧/୩ : ଦିଲ୍ଲୀର ରାମଲୀଳା ମୈଦାନରେ ରବିବାର ଇଣ୍ଡିଆ ଗଠବନ୍ଧନର ‘ଲୋକତନ୍ତ୍ର ବଚାଓ’ ରାଲି ଆୟୋଜନ କରାଯାଇଥିଲା। ଯେଉଁଥିରେ ବିପକ୍ଷର ସହଯୋଗୀ ଦଳର ବଡ଼ ନେତା ମଞ୍ଚ ଉପରେ ଉପସ୍ଥିତ ଥିବା ନଜର ଆସିଥିଲେ । ପ୍ରିୟଙ୍କା ଗାନ୍ଧୀ ମଞ୍ଚରୁ ଇଣ୍ଡିଆ ଗଠବନ୍ଧନର ନିର୍ବାଚନ ଆୟୋଗଙ୍କୁ ୫ଦାବିର ଘୋଷଣା କରିଛନ୍ତି । ଏଥିରେ ଗୋଟିଏ ଦାବି ହେଲା ସିଏମ୍ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଝାଡ଼ଖଣ୍ଡର ପୂର୍ବତନ ସିଏମ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକୁଳାଇବା ବି ସାମିଲ ରହିଛି ।

ପ୍ରିୟଙ୍କା ଗାନ୍ଧୀ ୫ଦାବି ରଖିବାକୁ ଯାଇ ପ୍ରଥମ ଦାବି ରଖିଛନ୍ତି କି ଭାରତର ନିର୍ବାଚନ ଆୟୋଗ ଚଳିତ ବର୍ଷ ନିର୍ବାଚନରେ ସମସ୍ତଙ୍କୁ ସମାନ ଅବସର ଉପଲବ୍ଧ କରିବାକୁ ସୁନିଶ୍ଚିତ କରିବା ଆବଶ୍ୟକ । ଏହାପରେ ନିର୍ବାଚନ ଆୟୋଗଙ୍କୁ ହେରାଫେରି ଘଟଣାରେ ବିପକ୍ଷ ଦଳଙ୍କ ଉପରେ ଇଡି, ସିବିଆଇର କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇବାକୁ ଦାବି କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ତୃତୀୟ ଡିମାଣ୍ଡରେ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ହେମନ୍ତ ସୋରେନଙ୍କୁ ତୁରନ୍ତ ମୁକୁଳାଇବାକୁ ସ୍ବର ଉଠାଇଛନ୍ତି ।

ପ୍ରିୟଙ୍କା ନିଜର ଚତୁର୍ଥ ଦାବିରେ କହିଛନ୍ତି କି ଆର୍ଥୀକ ରୂପରେ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରିବା ବନ୍ଦ ହେବା ଆବଶ୍ୟକ । ସେହିଭଳି ପଞ୍ଚମ ଏବଂ ଶେଷ ଦାବିରେ ନିର୍ବାଚନୀ ବଣ୍ଡରୁ ଚାନ୍ଦା ଏବଂ ମନୀ ଲଣ୍ଡ୍ରିଂ ମାମଲାରେ ସୁପ୍ରିମକୋର୍ଟଙ୍କ ତଦାରଖରେ ଯାଞ୍ଚ କରିବାକୁ ଦାବି ରଖିଛନ୍ତି । ପ୍ରିୟଙ୍କା ଗାନ୍ଧୀ ମଞ୍ଚରୁ ଏହା ବି ଘୋଷଣା କରିଛନ୍ତି କି ଇଣ୍ଡିଆ ଗଠବନ୍ଧନ ଏହି ସବୁ କାର୍ଯ୍ୟ ପରେ ବି ଲଢିବା ଏବଂ ଜିତିବା ଲାଗି ପ୍ରସ୍ତୁତ ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.