ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

୫ ଜଣ ଇସ୍ରାଏଲ ଏବଂ ଜଣେ ଆମେରିକୀ ବନ୍ଧକଙ୍କୁ ହତ୍ୟା କରିଛି ହାମାସ୍, ସୁଡଙ୍ଗ ଭିତରୁ ମିଳିଲା ମୃତଦେହ, ବାଇଡେନ୍ କହିଲେ...

ନୂଆଦିଲ୍ଲୀ: ଇସ୍ରାଏଲ୍ ସୁରକ୍ଷା ବାହିନୀ (ଆଇଡିଏଫ୍) ଅନୁଯାୟୀ ଗାଜାର ଏକ ସୁଡଙ୍ଗରୁ ୬ ଜଣ ବନ୍ଧକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁହାଯାଉଛି ଯେ ଶନିବାର ଏହି ସମସ୍ତ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି । କିନ୍ତୁ ସେମାନଙ୍କ ପରିଚୟ ସ୍ପଷ୍ଟ କରିବାକୁ କିଛି ସମୟ ଲାଗିଥିଲା । ୬ ଜଣ ପୀଡିତଙ୍କ ମୃତଦେହ ମଧ୍ୟରେ ୩ ପୁରୁଷ ଏବଂ ୩ ମହିଳାଙ୍କ ମୃତଦେହ ରହିଛି । ଆମେରିକାର ନାଗରିକ ଗୋଲ୍ଡବର୍ଗ ପୋଲିନଙ୍କ ମୃତଦେହ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଗୋଲ୍ଡବର୍ଗ-ପୋଲିନଙ୍କ ମୃତଦେହକୁ ନିଶ୍ଚିତ କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ବନ୍ଧକ ମାନଙ୍କ ମୃତ୍ୟୁ ପାଇଁ ହାମାସକୁ ସିଧାସଳଖ ଦାୟୀ କରିଛନ୍ତି । ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, "ଆଜି ସକାଳେ, ରାଫା ସହର ତଳେ ଥିବା ଏକ ସୁଡଙ୍ଗରେ ଇସ୍ରାଏଲ୍ ସୈନ୍ୟବାହିନୀ ହମାସ୍ ଦ୍ବାରା ବନ୍ଧକ ହୋଇଥିବା ୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଆମେ ବର୍ତ୍ତମାନ ନିଶ୍ଚିତ କରିଛୁ ଯେ ବନ୍ଧକ ମଧ୍ୟରୁ ଜଣେ ଆମେରିକାର ନାଗରିକ ଥିଲେ । 

ଅକ୍ଟୋବର ୭ ରେ ହାମାସ ଆତଙ୍କବାଦୀଙ୍କ ଦ୍ବାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ୨୩ ବର୍ଷିୟ ହର୍ଶ ଗୋଲ୍ଡବର୍ଗ-ପୋଲିନ୍ ବନ୍ଧକ ହୋଇଥିଲେ । ସମୁଦାୟ ୨୫୧ ଜଣଙ୍କୁ ହମାସ୍ ବନ୍ଧକ ରଖିଥିଲା ।

ସୂଚନାଥାଉକି,ଯେ ଇସ୍ରାଏଲ ୭ ଅକ୍ଟୋବର ୨୦୨୩ ରୁ ଗାଜା ପଟ୍ଟିରେ ହାମାସ ବିରୁଦ୍ଧରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି, ଯେତେବେଳେ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ପ୍ରାୟ ୧୨ ଶହ ଲୋକ ପ୍ରାଣ ହରାଇଥିଲେ । ଗାଜା ସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ଶନିବାର କହିଛନ୍ତି ଯେ ଇସ୍ରାଏଲ୍ ଆକ୍ରମଣରେ ମୃତ ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୪୦୬୯୧ ରେ ପହଞ୍ଚିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.