ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସୁଛନ୍ତି ମହାକାଳୀ: ଅମାବାସ୍ୟାର ଘୋର ଅନ୍ଧାରରେ ପୂଜା ପାଇବେ ମା’, ଜାକଜମକରେ ଆୟୋଜିତ ହେବ ପୂଜା

ଭୁବନେଶ୍ୱର ୦୯/୧୧: ମା’ ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଧରାବତରଣ କରୁଛନ୍ତି ମହାକାଳୀ । ଏମିତି ଗୋଟିଏ ପରେ ଗୋଟିଏ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଏବେ ମହାକାଳୀ ବେଶରେ ବିଜେ କରିବେ । ଏଥିପାଇଁ ସବୁଆଡ଼େ ପ୍ରସ୍ତୁତି ଜୋରାଦାର୍‌ ଚାଲିଛି । ରାଜଧାନୀର ବରମୁଣ୍ଡାସ୍ଥିତ ଦକ୍ଷିଣକାଳୀ ପୀଠ, ସତ୍ୟନଗରର ସତ୍ୟକାଳୀ ପୀଠ, ୟୁନିଟ୍‌-୪ସ୍ଥିତ ଭୌମନଗର, ସହିଦନଗର ଦୁର୍ଗାପୂଜା ସମିତି ଭଳି ବିଭିନ୍ନ ମଣ୍ଡପ ଓ ମନ୍ଦିରରେ ମା’ କାଳୀଙ୍କୁ ଆବାହନ କରାଯାଉଛି । କୁହାଯାଏ ମହାକାଳୀଙ୍କ ଆରାଧନା କରିବା ସହଜ କଥା ନୁହେଁ । ସେଥିପାଇଁ ବହୁ ନୀତିିନିୟମ ମାନିବାକୁ ପଡ଼ିଥାଏ । କାଷ୍ଠାରେ ରହିବାକୁ ପଡ଼ିଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଏକାଦଶୀ ଗୁରୁବାରଠାରୁ ବହୁ ଜାଗାରେ ପୂଜା ଆରମ୍ଭ ହେଉଛି ।

ସତ୍ୟନଗର କାଳୀ ମନ୍ଦିର: ଦଶ ଦିନରେ ଦଶମହାବିଦ୍ୟା ରୂପରେ ଦର୍ଶନ

ଅମାବାସ୍ୟାର ଘୋର ଅନ୍ଧାରରେ ପୂଜା ପାଇବେ ମା’ । ସତ୍ୟନଗର କାଳୀ ମନ୍ଦିରରେ ମା’ଙ୍କ ଆବହନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ଚଳିତ ବର୍ଷ ୪୪ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଖୁବ୍‌ ଜାକଜମକରେ ଆୟୋଜିତ ହେଉଛି । ପରମ୍ପରା ଅନୁସାରେ ମା'ଙ୍କ ପୂଜା ୧୦ ଦିନ ଧରି ଚାଲିବ । ୧୨ ତାରିଖ ରବିବାର ଆରମ୍ଭ ହେଉଥିବା ଏହି ପୂଜା ୨୨ ତାରିଖରେ ଶେଷ ହେବ । ପୂଜାବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କ  ଉପଚାର ପୂଜା ଓ ଚଣ୍ଡୀପାଠ ହେବ । ଏହି ୧୦ ଦିନରେ ପ୍ରତ୍ୟେକ ଦିନ ମା’ ଦଶମହାବିଦ୍ୟା ବେଶରେ ଭୂଷିତ ହୋଇ ପୂଜା ପାଇବେ । ପ୍ରଥମ ଦିନରେ  କାଳୀ, ଦ୍ୱିତୀୟ ଦିନରେ ତାରା, ତୃତୀୟ ଦିନରେ ଷୋଡ଼ଶୀ, ଚତୁର୍ଥ ଦିନରେ ଭୁବନେଶ୍ୱରୀ, ପଞ୍ଚମ ଦିନରେ ଭୈରବୀ, ଷଷ୍ଠ ଦିନରେ ଛିନ୍ନମସ୍ତା, ସପ୍ତମ ଦିନରେ ଧୂମାବତୀ, ଅଷ୍ଟମ ଦିନରେ ବଗଳାମୁଖି, ନବମ ଦିନରେ ମାତଙ୍ଗୀ ଓ ଶେଷ ଦିନରେ ମା’ କମଳା ବେଶରେ ଦେଖାଦେବେ । ସବୁଥର ପରି ଏଥର ମଧ୍ୟ ସତ୍ୟକାଳୀ ମନ୍ଦିରର ମେଳା ବଡ଼ ଧୁମ୍‌ଧାମରେ ଅୟୋଜିତ ହେଉଛି । ମା’ ଶ୍ମଶାନରେ ପୂଜା ପାଉଥିବାରୁ ଅନେକ ଭକ୍ତ ତାଙ୍କୁ ଶ୍ମଶାନ କାଳୀ ଭାବରେ ମଧ୍ୟ ଜାଣନ୍ତି । ଏଠାରେ ମା’ଙ୍କ ମୁହଁ ଦକ୍ଷିଣ ଆଡ଼କୁ ହୋଇଥିବାରୁ ମା’ଏଠି ଦକ୍ଷିଣ କାଳୀ ରୂପେ ପୂଜା ପାଆନ୍ତି ।

୪୪ବର୍ଷରେ ବରମୁଣ୍ଡା କାଳୀପୂଜା

ବରମୁଣ୍ଡାରେ ଥିବା ମା’ଦକ୍ଷିଣକାଳୀ ପୀଠରେ ବିଶ୍ୱକଲ୍ୟାଣାର୍ଥେ ଚଳିତବର୍ଷ ୪୪ତମ ମହାକାଳୀ ପୂଜା କରାଯିବ । ଏହି ଅବସରରେ ଗୁରୁବାରଠାରୁ ୫ଦିନ ଧରି ଦକ୍ଷିଣକାଳୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ହେବ । ଶ୍ରୀ ଶ୍ରୀ ମା’ କାଳୀଖାଇ ଆଶ୍ରମ ପରିଚାଳନା ସମିତି ଆନୁକୂଲ୍ୟରେ ଗୁରୁବାର ଅଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା ଅପରାହ୍ଣ ୪ଟା୨୨ରୁ ୫ଟା ୭ମଧ୍ୟରେ ହେବ । ଶୁକ୍ରବାର ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନ, ପାଶ୍ୱର୍ଦେବଦେବୀ ପୂଜା ଓ ଆହୂତି ଆଦି ହେବ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ସଂକୀର୍ତ୍ତନ ସମାରୋହ କରାଯିବ । ଶନିବାର ସୂର୍ଯ୍ୟପୂଜା, ପାଶ୍ୱର୍ଦେବଦେବୀ ପୂଜା, ଗୋପୂଜା, ଆହୂତି ଏବଂ ରବିବାର ଅର୍ଦ୍ଧରାତ୍ରରେ ଶ୍ୟାମାକାଳୀ ପୂଜା ଓ ସନ୍ଧ୍ୟାରେ ଦ୍ୱିପଦାନ ହେବ । ସୋମବାର  ଅନ୍ୟାନ୍ୟ ପୂଜା ସହ ଯଜ୍ଞାଧିବାସର ପୂର୍ଣ୍ଣାପୂତି, ସନ୍ଧ୍ୟାରେ ଚରୁଅର୍ଣ୍ଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ବାବାଜି ଅମୃତାନନ୍ଦ ଦାସ ମହାରାଜ ପ୍ରବଚନ ଦେବେ । ଭକ୍ତଙ୍କୁ ପଲିଥିନ୍‌ ବ୍ୟାଗ ପରିବର୍ତ୍ତେ ଭୋଗ ପାତ୍ରରେ ଆଣିବାକୁ ଅନୁରୋଧ କରାଯାଇଛି ।

ସହିଦନଗରରେ ମହାକାଳୀଙ୍କ ଆରାଧନା: ୧୩ରୁ ୨୧ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ମହାକାଳୀଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଦୀପାବଳି ଦିନ ମା’କାଳୀଙ୍କ ପୂଜା କରାଯିବ । ଗୋଟିଏ ଦିନ ଓ ରାତି ମା’ଙ୍କ ପୂଜା ହେବ । ଦୀପାବଳି ଦିନ ଷୋଡ଼ଶ ଉପଚାର ପରେ ମା’ ବେଶ ଧାରଣ କରିବେ । କେଦାର ଗୌରୀ ମନ୍ଦିରରୁ ପାଣି ଆଣି ପୂଜାବିଧି ଆରମ୍ଭ ହେବ । ମା’ଙ୍କ ନିକଟରେ ଚଣ୍ଡୀପାଠ, ହୋମ ଓ ପାଣିକଖାରୁ ବଳି ଦିଆଯିବ । ୨୨ତାରିଖ ଦିନ ଭସାଣି କାର୍ଯକ୍ର‌୍ୟମ ରହିଛି । କିନ୍ତୁ ୧୩ରୁ ୨୧ ତାରିଖ ଯାଏ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯିବ । ଯାହା ସନ୍ଧ୍ୟା ୬ରୁ ଆରମ୍ଭ ହେଇ ରାତି ସାଢ଼େ ୧୦ଟା ଯାଏ ଚାଲିବ । ତା’ସହିତ ମୀନାବଜାର, ଦୋଳି  ପଡ଼ିବ ।

  • prameyanews
  • PrameyaOdia
  • prameya
  • Diwali 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.