ପ୍ରମୁଖ ଖବର
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବାଗେଶ୍ବର ଧାମ ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ଯା ଧମକ ଘଟଣାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବାଗେଶ୍ବର ଧାମ୍‌ର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣାରେ ମଧ୍ୟପ୍ରଦେଶ ପୋଲିସ ଇଣ୍ଟରପୋଲ୍ ସାହାଯ୍ୟରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଦାବି କରି ଅଭିଯୁକ୍ତ ଜଣକ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ମାଗିଥିଲା । ଅଭିଯୁକ୍ତକୁ ବିହାରର ରାଜଧାନୀ ପାଟନାରୁ ଗିରଫ କରାଯାଇଛି । 

ପୋଲିସର ସୂଚନାନୁସାରେ, ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ବିହାରର ନାଳନ୍ଦା ଜିଲ୍ଲାର ଶଙ୍କରଡିହ ଅଞ୍ଚଳର ବାସିନ୍ଦା । ଅଭିଯୁକ୍ତ ଏକ ଜାଲି ଇମେଲ ଆଇଡିରୁ ବାଗେଶ୍ୱର ଧାମର ଅଫିସିଆଲ ଇମେଲ ଆଇଡିକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲା । ଇମେଲ ପରେ, ୨୦ ଅକ୍ଟୋବର ୨୦୨୩ ରେ ବମିଠା ପୋଲିସ ଷ୍ଟେସନରେ ଆଇପିସିର ଧାରା 387 ଏବଂ 507 ଅନୁଯାୟୀ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ସେହିଭଳି ଅକ୍ଟୋବର ୨୨, ୨୦୨୩ରେ ସେହି ବ୍ୟକ୍ତିଙ୍କଠାରୁ ଆଉ ଏକ ମେଲ୍ ଗ୍ରହଣ କରାଯାଇଥିଲା, ଯାହାର ଆଇପି ପୋଲିସ୍ ଇଣ୍ଟରପୋଲ ସାହାଯ୍ୟରେ ଅନୁସନ୍ଧାନ କରିଥିଲା, ଯାହା ଶେଷରେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି । 

ପୋଲିସ କହିଛି ଯେ ଅଭିଯୁକ୍ତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ତଦନ୍ତ ଚାଲିଛି । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ମୃତ୍ୟୁ ଧମକ ମିଳିଛି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ବାଗେଶ୍ୱର ଧାମ ମୁଖ୍ୟଙ୍କୁ ଧମକ ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରିଥିଲା ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.