ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ୨୦୨୪ : ପଞ୍ଜାବ କିଙ୍ଗସକୁ ୯ରନ୍‌ରେ ହରାଇଲା ମୁମ୍ୱାଇ ଇଣ୍ଡିଆନ୍ସ

ମୁଲ୍ଲନପୁର – ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ,ଆଇପିଏଲ ୨୦୨୪ ସିଜନରେ ନିଜର ୩ୟ ବିଜୟ ହାସଲ କରିଛି। ଏହା ପଞ୍ଜାବ କିଙ୍ଗସକୁ ତାର ଘରୋଇ ଗ୍ରାଉଣ୍ଡରେ ୯ରନ୍‌ରେ ପରାସ୍ତ କରି ମ୍ୟାଚ୍‌ ହାତେଇଛି। ଏହା ପଞ୍ଜାବର ଲଗାତାର ୩ୟ ପରାଜୟ ।ଆଜି ( ଗୁରୁବାର) ଆଇପିଏଲ ୨୦୨୪ର ୩୩ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ସ। ମୁମ୍ୱାଇ ଇଣ୍ଡିଆନ୍ସର ୧୯୩ ରନ୍‌ର ଟାର୍ଗେଟ୍‌କୁ ପିଛା କରି ପଞ୍ଜାବ କିଙ୍ଗସ ୧୯.୧ ଓଭରରେ ୧୮୩ ରନ୍‌ କରି ମ୍ୟାଚ୍‌କୁ ହାତ ଛଡ଼ା କରିଛି। ଆଜିର ଏହି ଦମଦାର ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି।  

ଆଇପିଏଲ ୨୦୨୪ : ପଞ୍ଜାବ କିଙ୍ଗସକୁ ୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ମୁମ୍ୱାଇ ଇଣ୍ଡିଆନ୍ସ

ମୁଲ୍ଲନପୁରରେ ଜାରି ଏହି ମ୍ୟାଚରେ ପଞ୍ଜାବ କିଙ୍ଗସର ଅଧିନାୟକ ସ୍ୟାମ କରନ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ମୁମ୍ୱାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସକୁ ୧୯୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସ ୭ ୱିକେଟ ହରାଇ ୧୯୨ ରନ୍‌ କରିଥିଲା। ଟିମ୍‌ ପାଇଁ ସୂର୍ଯ୍ୟ କୁମାର ଯାଦବ ୩୪ ଟି ବଲ୍‌ରେ ୫୦ ପୂରଣ କରି ଥିଲେ। ସେ ୫୩ ଟି ବଲ୍‌ରେ ମୋଟ ୭୮ ରନ୍‌ କରି ଥିଲେ। ଏହାସହ ତିଳକ ବର୍ମା ୧୮ଟି ବଲରେ ୩୪ ରନ୍‌ ଓ ରୋହିତ ଶର୍ମା ୩୬ରନ୍‌ର ପାଳି ଖେଳିଥିଲେ। ସେପଟେ ପଞ୍ଜାବ ପାଇଁ ହର୍ଷଲ ପଟେଲ ୩ ଓ ସ୍ୟାମ୍‌ କରନ ୨ଟି ୱିକେଟ୍‌ ନେଇଥିଲେ। କଗିସୋ ରୱାଡାଙ୍କୁ ଗୋଟିଏ ମାତ୍ର ୱିକେଟ୍‌ ମିଳିଥିଲା। 

ପଞ୍ଜାବ କିଙ୍ଗସ ପ୍ଲେଇଂ -୧୧ : ରିଲି ରୋଶୌ , ପ୍ରଭସିମରନ ସିଂହ , ସ୍ୟାମ କରନ ( ଅଧିନାୟକ) , ଲିୟାମ ଲିଭିଂଷ୍ଟୋନ , ଜିତେଶ ଶର୍ମା (ୱିକେଟକିପର) , ଶଶାଙ୍କ ସିଂହ , ଆଶୁତୋଷ ଶର୍ମା , ହରପ୍ରୀତ ବରାର , ହର୍ଷଲ ପଟେଲ, ଅର୍ଶଦୀପ ସିଂହ ଓ କଗିସୋ ରବାଡା ।

ମୁମ୍ୱାଇ ଇଣ୍ଡିଆନ୍ସ ପ୍ଲେଇଂ -୧୧ :  ଇଶାନ କିଶନ (ୱିକେଟକିପର) , ରୋହିତ ଶର୍ମା , ସୂର୍ଯ୍ୟ କୁମାର ଯାଦବ , ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ତିଳକ   ବର୍ମା , ଟିମ୍‌ ଡେଭିଡ୍‌ , ମହମ୍ମଦ ନବୀ , ରୋମାରିୟୋ ଶେଫର୍ଡ, ଶ୍ରେୟସ ଗୋପାଲ , ଜସପ୍ରୀତ ବୁମରାହ ଓ ଗେରାଲ୍ଡ କୋଏତଜୀ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.