ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆକାଶରେ ଦେଖିବାକୁ ମିଳିଲା ଭୟଙ୍କର ‘ପିଚାଶ’ର ପ୍ରତିକୃତି, ନାସା ଜାରି କଲା ଆଶ୍ଚର୍ଯ୍ୟ କଲା ଭଳି ଫଟୋ... ଜାଣନ୍ତୁ ଏହା କ’ଣ ?

ନୂଆଦିଲ୍ଲୀ,୮।୧୨: କୁହାଯାଏ ଯେ ବ୍ରହ୍ମାଣ୍ଡ ଏପରି ଏକ ସ୍ଥାନ ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହା ବିଷୟରେ ବହୁତ କିଛି ଜାଣିବା ପରେ ବି ବହୁତ କିଛି ଅଛି ଯାହା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି।   ବ୍ରହ୍ମାଣ୍ଡରେ କେବେ ପ୍ରକୃତିର ସୁନ୍ଦରତା ଦେଖିବାକୁ ମିଳିଥାଏ ତ ଆଉ କେବେ ଏହାର ବିକରାଳ ରୂପ ଦେଖାଯାଏ। ନିକଟରେ ଏରୋନେଟିକାଲ୍ ଏବଂ ସ୍ପେସ୍ ରିସର୍ଚ୍ଚ ଏଜେନ୍ସି  ନାସା ଏହି ୟୁନିଭର୍ସର ଫଟୋ ଜାରି କରିଥିଲା ତାହା ଯେତେ ସୁନ୍ଦର ସେତିକି ଭୟଙ୍କର।

ଉଲ୍ଲେଖନୀୟ ଯେ, ଜେମ୍ସ ଓ୍ବେବ୍ ସ୍ପେସ୍‌ ଟେଲିସ୍କୋପ୍‌ରେ ଦେଖା ଯାଇଥିବା ଏହି ଦୃଶ୍ୟ କିଛି ଏଭଳି ଥିଲା ଯେଉଁଭଳି ୟୁନିଭର୍ସରେ ଡିପ୍‌ ସ୍ପେସ୍‌ ଲବ୍ ମନଷ୍ଟର ଅର୍ଥାତ କୌଣସି ଭୟଙ୍କର ପିଚାସ। ଟେଲିସ୍କୋପ୍‌ରୁ ମିଳିଥିବା ଫଟୋରେ ଏକ ବିଶାଳ ଧୂଳି ଭରିଥିବା ଆକାଶଗଙ୍ଗା ଦେଖିବାକୁ ମିଳିଥିଲା, ଯାହାକି ପ୍ରତି ବର୍ଷ ଶତାଧିକ ତାରାକୁ ଜନ୍ମ ଦେଇଥାଏ। କିନ୍ତୁ ଏହା କିଛି ଏଭଳି ସେପ୍‌ରେ ଅଛି ଯେ, ଭୟଙ୍କର ଲାଗୁଥିଲା। ଏହା ଏଭଳି ଯେପରିକି ଏହାର ଦୁଇଟି ବଡ ଆଖି ଓ ଖୋଲା ମୁହଁ ଥିବା ଚେହେରା। 

ଏହି ଫଟୋ ଅଷ୍ଟିନ୍‌ରେ ଟେକ୍ସାସ୍‌ ବିଶ୍ବବିଦ୍ୟାଳୟ(ୟୁଟି)ର ଭୂବିଜ୍ଞାନୀଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେମାନେ ଦୂରବୀକ୍ଷଣର ଡାଟା ଆନାଲାଇଜ୍ କରିଥିଲେ। ବିଶ୍ଲେଷଣ ପରେ ସେ ବୁଝିପାରିଥିଲେ ଆକାଶଗଙ୍ଗା  AzTECC71 ବିଗ୍ ବ୍ୟାଙ୍ଗର ପ୍ରାୟ ୯୦୦ ମିଲିୟନ ବର୍ଷ ପରେ ଅସ୍ତିତ୍ବରେ ଆସିଯାଇଥିଲା। ଧ୍ୟାନରେ ଦେଖିବା ପରେ ଏହା ଗାଲାକ୍ସି ନୁହେଁ ବଂର ଭୂତ ଭଳି ଦେଖାଯାଉଥିଲା, ଯେପରି ‌ସେ ଚିତ୍କାର କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.