ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ

ଭୁବନେଶ୍ୱର,୨୯/୦୩: ଏପ୍ରିଲ୍‌ ୨ରୁ ଆରମ୍ଭ ନୂଆ ଶିକ୍ଷା ବର୍ଷ । ଏଥିସହ ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ)-୨  ରେଜଲ୍ଟ ପ୍ରକାଶ କରାଯିବ। ପାଠପଢ଼ା  ସହ ନାମଲେଖା ମଧ୍ୟ ଜାରି ରହିବ ।  ଏନେଇ ଗୁରୁବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି  କରାଯାଇଛି ।  

ପ୍ରଥମରୁ ନବମ ଶ୍ରେଣୀ  ଛାତ୍ରଛାତ୍ରୀଙ୍କ ସମେଟିଭ୍‌ ଆସେସ୍‌ମେଣ୍ଟ- ୨ର ରେଜଲ୍ଟ ଏପ୍ରିଲ୍‌ ୨ରେ ପ୍ରକାଶ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଜଲ୍ଟ  ପ୍ରକାଶ ଦିନ ଅଭିଭାବକମାନେ ଉପସ୍ଥିତ  ରହିବାକୁ ସୁନିଶ୍ଚିତ କରାଯିବ । ପିଲାଙ୍କ  ଏସ୍‌ଏ-୨ ରେଜଲ୍ଟକୁ ଆଧାର କରି  ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।  ଆଗାମୀ ଶ୍ରେଣୀରେ ସେମାନଙ୍କର ଉନ୍ନତି  କିପରି ହେବ ତାକୁ ନେଇ ସ୍ୱତନ୍ତ୍ର ଧ୍ୟାନ  ଦିଆଯିବ । ରେଜଲ୍ଟ ପ୍ରକାଶ ଦିନ ସ୍କୁଲ୍‌ରେ  ଅନ୍ୟ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ । 

ଅନ୍ୟପଟେ ୨ ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ । ନୂଆ ଶ୍ରେଣୀରେ  ପଢ଼ିବେ ଛାତ୍ରଛାତ୍ରୀ । ଏଥିପାଇଁ  ପ୍ରସ୍ତୁତ ହେବାକୁ ଓସେପା ପକ୍ଷରୁ  କୁହାଯାଇଛି । ଠିକ୍‌ ସମୟରେ ପିଲାଙ୍କୁ  ପାଠ୍ୟପୁସ୍ତକ ଦେବାକୁ କୁହାଯାଇଛି ।  ପାଠପଢ଼ା ସମୟରେ ନାମଲେଖା  ପ୍ରକ୍ରିୟା କରାଯିବ। ସ୍କୁଲ୍‌ ଖୋଲା  ଦିନ ହିଁ ନାମଲେଖା ହେବ । ଏଥିରେ  ପିଲାଙ୍କ ପାଠପଢ଼ା ଯେପରି ନଷ୍ଟ ନହୁଏ  ସେଥିପ୍ରତି ଧ୍ୟାନ ଦିଆଯିବ । ଏନେଇ  ନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସ୍କୁଲ୍‌  ପ୍ରଧାନଶିକ୍ଷକଙ୍କୁ ଜଣାଇବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.