ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଚାଷୀଙ୍କ ସମସ୍ୟା ନେଇ ପ୍ରେକ୍ଷାଳୟରେ ‘ସୀତା’: ରାଜ୍ୟର ୧୦ ହଲ୍‌ରେ ରିଲିଜ୍‌, ଭୁବନେଶ୍ୱରରେ ପ୍ରିମିୟର

ଭୁବନେଶ୍ୱର,୦୫/୦୭: ଫ୍ରାଇଡେ ରିଲିଜ୍‌ ଅବସରରେ ପ୍ରେକ୍ଷାଳୟକୁ ଚାଷୀଙ୍କ ସମସ୍ୟା ନେଇ ଆସୁଛି ଓଡ଼ିଆ ସିନେମା-ସଂଘର୍ଷର କାହାଣୀ ‘ସୀତା’ । ରାଜ୍ୟର ୧୦ଟି ହଲ୍‌ରେ ରିଲିଜ୍‌ ହେଉଥିବାବେଳେ ଭୁବନେଶ୍ୱରର ଏକ ମଲ୍ଟିପ୍ଲେକ୍ସରେ ଅପରାହ୍ଣ ୪ଟା ୧୫ରେ ପ୍ରିମିୟର ସୋ’ ଅନୁଷ୍ଠିତ ହେବ । ଏଥିରେ ପୂରା ପ୍ରଯୋଜନା ଟିମ୍‌ ଓ କଳାକାର  ଉପସ୍ଥିତ ରହି ଦର୍ଶକଙ୍କ ଗହଣରେ ସିନେମା ଦେଖିବେ ବୋଲି  ସୂଚନା ମିଳିଛି । 

ସିନେମାଟି କୃଷି ଉପରେ ପର୍ଯ୍ୟବେସିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ । ଶୁଣିବାକୁ ମିଳୁଛି ରାଜନୈତିକ ନିଚ୍ଛକ କଥା ଉପରେ ଥିବାରୁ ସିନେମାର ରିଲିଜ୍‌ ପାଇଁ କିଛିଟା ପ୍ରତିବନ୍ଧକ ଥିଲା ।  ଏବେ ସରକାର ବଦଳିଲା ପରେ  ରିଲିଜ୍‌ ପାଇଁ ସୁଯୋଗ ମିଳିଲା । ୟୁଟ୍ୟୁବ୍‌ରେ ସିନେମାର  ଟିଜର୍‌ ଦର୍ଶକଙ୍କ ଭଲପାଇବା ସାଉଁଟି  ଚାଲିଥିଲାବେଳେ ସିନେମା ରିଲିଜ୍‌କୁ  ସମସ୍ତଙ୍କ ଅପେକ୍ଷା ରହିଥିଲା, ଯାହାର ଅନ୍ତ ହୋଇଛି । ଅଶ୍ୱିନ୍‌ ତ୍ରିପାଠୀ ଫିଲ୍ମ  ପ୍ରଯୋଜିତ ସୀତାର ମୁଖ୍ୟ ଭୂମିକାରେ  ଦେବଜାନୀ, ସମରେଶ ଓ ଅନ୍ୟମାନେ ରହିଛନ୍ତି । ଏହାର ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିବାବେଳେ ସଙ୍ଗୀତ  ଦେଇଛନ୍ତି ଜାପାନୀ । ଗୀତ ଲେଖିଛନ୍ତି ତପୁ ନାୟକ ।  ଡିଓପିରେ ଅକ୍ଷୟ କୁମାର ନାୟକ  ଦକ୍ଷତା ଦେଖାଇଥିବାବେଳେ  ସମ୍ପାଦନା କରିଛନ୍ତି ମାନସ କୁମାର  ସାହୁ । ଏହାର ପ୍ରଯୋଜନା,  କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଯୁବ  ପ୍ରତିଭାବାନ ନିର୍ମାତା ଅଶ୍ୱିନ୍‌ ତ୍ରିପାଠୀ । ଏହାଛଡ଼ା ବଲିଉଡ୍‌ରେ ‘କିଲ୍‌’ ରିଲିଜ୍‌ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.