ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ, ବନ୍ଧୁକ ମୁନରେ ଇଜ୍ଜତ ଲୁଟିଲେ ସବ୍ ଇନ୍ସପେକ୍ଟର

ହାଇଦ୍ରାବାଦ,୨୦।୬:  ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଜଣେ ପୋଲିସ କର୍ମଚାରୀ ମହିଳା ସହକର୍ମୀଙ୍କୁ କରିଛନ୍ତି ଦୁଷ୍କର୍ମ। ଅଭିଯୁକ୍ତ ପୋଲିସ କର୍ମଚାରୀ ବନ୍ଧୁକ ମୁନରେ ଏଭଳି ଘଟଣା ଘଟାଇଛନ୍ତି। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ମାମଲା ରୁଜୁ ପରେ ଗିରଫ କରାଯାଇଛି।  

ତେଲେଙ୍ଗାନା ପୋଲିସ୍ ସବ୍ ଇନ୍ସପେକ୍ଟର ଭବାନୀ ସେନ୍‌ଙ୍କୁ ବୁଧବାର ଗିରଫ କରିଛି।ତାଙ୍କ ଉପରେ ମହିଳା କନଷ୍ଟେବଳଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିବାର ଅଭିଯୋଗ ରହିଛି। ଘଟଣା ୧୬ ଜୁନ୍‌ର, ଅଭିଯୁକ୍ତ ପୋଲିସ କର୍ମଚାରୀ ପୀଡିତାଙ୍କୁ ଏକ ଗେଷ୍ଟ ରୁମ୍‌ରେ ଦୁଷ୍କର୍ମ କରିଥିଲେ।

ପୀଡିତା କନଷ୍ଟେବଳଙ୍କ କହିବା ଅନୁସାରେ, ଏସ୍ଆଇ ସେନ୍ ଦୁଷ୍କର୍ମ କରିବା ପୂର୍ବରୁ ସର୍ଭିସ ରିଭଲଭର ଦେଖାଇ ଧମକ ଦେଇଥିଲେ। କାହାକୁ କିଛି କହିଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.