ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ହନୁମାନଙ୍କ ପତାକା କାଢିବାକୁ ନେଇ କର୍ଣ୍ଣାଟକରେ ହଙ୍ଗାମା, ୧୪୪ ଧାରା ଲାଗୁ

ବେଙ୍ଗାଲୁର,୨୯।୧: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର କେରାଗୋଣ୍ଡୁ ଗାଁରେ ହନୁମାନଙ୍କ ପତାକାକୁ ନେଇ ବିବାଦ। ସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଗାଁରେ ୧୪୪ ଧାରା ଲାଗୁ କରିବାକୁ ପଡିଛି। ବହୁ ପରିମାଣରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି ପୁରା ମାମଲା ଗତ ସପ୍ତାହରୁ ଆରମ୍ଭ ହୋଇଥିଲା। ଯେତେବେଳେ କିଛି ଯୁବକଙ୍କ ଗୋଷ୍ଠୀ ୧୦୮ ଫୁଟ୍ ଉଚ୍ଚ ବ୍ରିଜ୍‌ରେ ହନୁମାନଙ୍କ ପତାକା ଲଗାଇଥିଲେ। ଗ୍ରାମ୍ ପଞ୍ଚାୟତ ପକ୍ଷରୁ ଏହି ପତାକା ଲଗାଇବାର ପରମିସନ୍ ଦିଆଯାଇଥିଲା,କିନ୍ତୁ କିଛି ଲୋକ ଏହା ବିରୋଧରେ ଅଭିଯୋଗ ଦାଖଲ କରିଲେ। ଏହାପରେ ଅଧିକାରୀଙ୍କ ପକ୍ଷରୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି ଯେ, ସେମାନେ ପତାକା ହଟାଇ ଦିଅନ୍ତୁ।

ଏହି ମାମଲା କାରଣରୁ ସ୍ଥିତି ବିବାଦୀୟ ହୋଇ ପଡିଛି ଓ ପୁରା ଗାଁରେ ଫୋର୍ସ ମୁତୟନ କରାଯାଇଛି। ଗାଁର ଅଧିକାଂଶ ଲୋକଙ୍କ କହିବା ଅନୁସାରେ, ଏହି ପତାକା ଆମ ଆସ୍ଥାର ପ୍ରଶ୍ନ ଓ କିଛି ଲୋକ ଏହାକୁ ନେଇ ରାଜନୀତି କରୁଛନ୍ତି। ଗ୍ରାମବାସୀଙ୍କ ସହିତ ବିଜେପି, ଜେଡିଏସ୍‌ ଓ ବଜରଙ୍ଗ ଦଳର ଲୋକ ମଧ୍ୟ ଅଛନ୍ତି।  ଗାଁରେ ବିକ୍ଷୋଭ ଚାଲିଛି। ଶନିବାର ପତାକା ବାହାର କରିବା ନିର୍ଦେଶର ବିରୋଧରେ ଗ୍ରାମବାସୀମାନେ ନିଜର ଦୋକାନ ବନ୍ଦ କରିଦେଇଥିଲେ। ରବିବାର ଗ୍ରାମ ପଞ୍ଚାତୟର ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ ପତାକା ବାହାର କରିବାକୁ ଚାହୁଁଥିଲେ। ଏହା ବିରୋଧରେ ବହୁ ସଂଖ୍ୟାରେ ଗ୍ରାମବାସୀମାନେ ଏକାଠି ହୋଇଯାଇଥିଲେ ଓ ସେମାନେ ‘ପୁଣିଥରେ ଫେରିଯାଅ’ ନାରା ଦେବା ଆରମ୍ଭ କରିଥିଲେ।

ଏହି ବିବାଦ ରାଜନୈତିକ ରଙ୍ଗ ନେଇଛି, ଯେତେବେଳେ ସ୍ଥାନୀୟ କଂଗ୍ରେସ ବିଧାୟକ ରବି କୁମାରଙ୍କ ପୋଷ୍ଟରକୁ ଫାଡି ଦିଆଯାଇଥିଲା। ଏହାପରେ କଂଗ୍ରେସ ମଧ୍ୟ ମୈଦାନକୁ ଓହ୍ଲାଇ ଆସିଛି ଓ ପୁଣିଥରେ ଗାଁରେ ବିବାଦ ସୃଷ୍ଟି ହୋଇଛି। ସ୍ଥିତି ବିଗିଡିବାକୁ ରୋକିବା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି। ବିଜେପି ଓ ହିନ୍ଦୁ କର୍ମୀମାନେ ପତାକା ହଟାଇବାକୁ ବିରୋଧ କରିଛନ୍ତି। ବିଜେପି ମଧ୍ୟ ଘୋଷଣା କରିଛି ଯେ, ଯଦି ପତାକା ହଟାଯାଏ ତେବେ କର୍ଣ୍ଣାଟକର ସବୁ ଜିଲ୍ଲାରେ ଆନ୍ଦୋନ ଆରମ୍ଭ ହେବ। ସୋମବାର ବିଜେପି କର୍ମୀ ବେଙ୍ଗାଲୁରରେ ମଧ୍ୟ ମହିଶୂର ବ୍ୟାଙ୍କ ସର୍କଲ ପାଖରେ ବିକ୍ଷୋଭ କରିବା ସହ  ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ।  ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ରହିଛି। ଏହି ସମୟରେ ପୋଲିସ ବହୁ ସଂଖ୍ୟାରେ ବିଜେପିର ଲୋକଙ୍କୁ କଷ୍ଟଡିରେ ନେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.