ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'

ଭୁବନେଶ୍ୱର,୧୩/୦୯: ଓଡ଼ିଶାର ପ୍ରତି ଅଞ୍ଚଳର  ସଫଳ ମହିଳାଙ୍କୁ "ସୁଭଦ୍ରା ଅପା'ର ଆଖ୍ୟା ଦିଆଯିବା ।  ଏଥିସହ ସେହି ସଫଳ ମହିଳାଙ୍କ କାହାଣୀକୁ "ମୋ  ସୁଭଦ୍ରା ଷ୍ଟୋରି' ଭାବେ ପ୍ରତିଷ୍ଠିତ କରାଯିବ । ରାଜ୍ୟର  କୋଣ ଅନୁକୋଣରେ ‘ସୁଭଦ୍ରା’ ଯୋଜନାର ଏଭଳି  ଉତ୍ସାହକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା  ସରକାର ।  

ଏଥି ସହ ଯୋଜନା ସମ୍ବନ୍ଧୀୟ ଜନସଚେତନତା  ପାଇଁ ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି  ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ' ଅନୁଷ୍ଠିତ  ହେବ । ଏଥିରେ ବ୍ଲକ୍‌ ସ୍ତରର ସମସ୍ତ ଅଧିକାରୀ ସମେତ  ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର୍‌, ଏସ୍‌ଏଚ୍‌ଜି  ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା କରାଇ  ଲୋକଙ୍କୁ "ସୁଭଦ୍ରା' ସମ୍ପର୍କରେ ସଚେତନ କରିବେ ।  ପ୍ରତି ପଞ୍ଚାୟତରେ ପଥପ୍ରାନ୍ତ ନାଟକ ସମେତ ଚିତ୍ରାଙ୍କନ,  କୁଇଜ୍‌ ପ୍ରତିଯୋଗିତା କରାଯାଇ ସଚେତନ କରାଯିବ । ଏହାସହ "ଘରେ ଘରେ ସୁଭଦ୍ରା' ବିଷୟବସ୍ତୁ ଉପରେ  ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ  ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲି ଓ  ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ।  

‘ସୁଭଦ୍ରା’ ମାର୍ଗଦର୍ଶିକା ଜାରି ହେଲା ଦିନରୁ  ସାରା ଓଡ଼ିଶାରେ ଫର୍ମ ବିତରଣ ଓ ପଞ୍ଜୀକରଣ  ଜୋର୍‌ସୋର୍‌ରେ ଆଗେଇ ଚାଲିଛି । ଲୋକମାନଙ୍କ  ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ  ବୈଠକ କରାଯାଇ ଯୋଜନାର କାର୍ଯ୍ୟାନ୍ୱୟନକୁ ବିଭିନ୍ନ  ସ୍ତରରେ ତଦାରଖ କରାଯାଉଛି । ଗୁରୁବାର ସନ୍ଧ୍ୟା  ସୁଦ୍ଧା "ସୁଭଦ୍ରା' ନିମନ୍ତେ ପଞ୍ଜୀକରଣ ୪୫ ଲକ୍ଷରେ  ପହଞ୍ଚି ସାରିଲାଣି ବୋଲି ସରକାରଙ୍କ ପକ୍ଷରୁ ସୂଚନା  ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.