ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ଉଦ୍‌ଯାପନୀ ପୂର୍ବରୁ ପଦକରୁ ଛାଡ଼ିଗଲା ରଙ୍ଗ, ଗୁଣବତ୍ତା ପ୍ରଶ୍ନ ଉଠାଇଲେ ଆମେରିକୀୟ ଆଥ୍‌ଲେଟ୍‌

ପ୍ୟାରିସ୍‌ ୧୧/୦୮: ଅଲିମ୍ପିକ୍‌ ପଦକ ଜିତିବା ଆଥ୍‌ଲେଟ୍‌ଙ୍କ  ଜୀବନର ସବୁଠୁ ବଡ଼ ଉପଲବ୍ଧି । ଏହା ସେମାନଙ୍କ ପାଇଁ ଜୀବନକାଳରେ ଏକମାତ୍ର ସୁଯୋଗ । ଏହି ମୁହୂର୍ତ୍ତକୁ ସେମାନେ ସାରା ଜୀବନ ସାଇତି ରଖନ୍ତି । କିନ୍ତୁ ପଦକ ଯଦି ତା’ର ଚମକ  ହରାଇଦିଏ? ତାହା ପୁଣି ଅଲିମ୍ପିକ୍‌  ମହାକୁମ୍ଭ ଶେଷ ହେବା ପୂର୍ବରୁ । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି ।  

ଚଳିତ ଅଲିମ୍ପିକ୍ସରେ  ଜଣେ ଆମେରିକୀୟ  ଆଥ୍‌ଲେଟ୍‌ କାଂସ୍ୟ ପଦକ ଜିତିଥିଲେ ।  ଏବେ ସେ  ଅଭିଯୋଗ କରିଛନ୍ତି,  ସେ ଜିତିଥିବା ପଦକର ଚମକ ହଜିଯାଇଛି । ତା’ର  ରଙ୍ଗ ଛାଡ଼ିବା ଆରମ୍ଭ ହୋଇଛି । ଚଳିତ ଅଲିମ୍ପିକ୍ସରେ ଆମେରିକା  ସ୍କେଟ୍‌ବୋର୍ଡ ଟିମ୍‌ର ଅନ୍ୟତମ ସଦସ୍ୟ ନାଇଜାହ ହ୍ୟୁଷ୍ଟନ୍‌ ସୋସିଆଲ  ମିଡିଆ ମାଧ୍ୟମରେ ଅଲିମ୍ପିକ୍‌ ପଦକର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି ।  ୨୯ ବର୍ଷୀୟ ହ୍ୟୁଷ୍ଟନ୍‌ ଗତ ଜୁଲାଇ  ୩୦ ତାରିଖରେ ପୁରୁଷ ଷ୍ଟ୍ରିଟ୍‌ ସ୍କେଟ୍‌ବୋର୍ଡରେ ୩ୟ ସ୍ଥାନରେ ରହି  କାଂସ୍ୟ ପଦକ ଜିତିଥିଲେ । ହ୍ୟୁଷ୍ଟନ୍‌ ଏକ୍ସ ଗେମ୍‌ ଓ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ୧୮ ସ୍ୱର୍ଣ୍ଣ ପଦକ ପାଇଥିବା ଜଣେ ଦକ୍ଷ ସ୍କେଟ୍‌ବୋର୍ଡର୍‌ । 

ପଦକ ଚମକ ହରାଇବା  ବିଷୟରେ ସେ ସୋସିଆଲ  ମିଡିଆରେ ଏକ ଭିଡିଓ ଶେୟାର  କରି କହିଛନ୍ତି, ନୂଆ ବେଳେ ଏହି  ଅଲିମ୍ପିକ୍‌ ପଦକଗୁଡ଼ିକ ଭଲ ଦିଶେ ।  କିନ୍ତୁ ବେକରେ ପକାଇବା ପରେ  ତ୍ୱଚା ସଂସ୍ପର୍ଶରେ ଆସି ଝାଳ ଲାଗିବା  ଦ୍ୱାରା ସପ୍ତାହକ ମଧ୍ୟରେ ଏଗୁଡ଼ିକର ଚମକ ଫିକା ପଡ଼ିଯାଏ । ଏ ସବୁ  ବୋଧହୁଏ ଉତ୍ତମ ମାନର ନୁହେଁ । 

ମୋର ବ୍ରୋଞ୍ଜ୍‌ ପଦକକୁ ଦେଖନ୍ତୁ, ଏହା ଖରାପ ଦିଶୁଛି । ଏହାର ଆଗ  ପାଶ୍ୱର୍ରୁ ଖଣ୍ଡେ ଖଣ୍ଡେ ଛାଡ଼ିବା ଆରମ୍ଭ  କରୁଛି । ବୋଧହୁଏ ଏହାର ଗୁଣବତ୍ତା  ଭଲ ନୁହେଁ ।’ ଭିଡିଓରେ ହ୍ୟୁଷ୍ଟନ୍‌ଙ୍କ  ପଦକର ଗୁଣବତ୍ତା ହ୍ରାସ ପାଇଥିବା  ସ୍ପଷ୍ଟ ଦିଶୁଛି । ପଦକର ବିଭିନ୍ନ  ସ୍ଥାନରେ ରଙ୍ଗ ଛାଡ଼ିଛି।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.