ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଣ୍ଡିଆନ୍‌ ଆଇଡଲ-୧୪ ବିଜେତା ହେଲେ ବୈଭବ ଗୁପ୍ତା, ଟ୍ରଫି ସହ ନେଲେ ୨୫ ଲକ୍ଷ ଟଙ୍କା ଓ କାର୍‌

ମୁମ୍ବାଇ ୦୪/୦୩: ବୈଭବ ଗୁପ୍ତା ଇଣ୍ଡିଆନ ଆଇଡଲ-୧୪ ବିଜୟୀ ହୋଇଛନ୍ତି । କାନପୁରର ବାସିନ୍ଦା ବୈଭବ ବିଜୟୀ ଟ୍ରଫି ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ଓ ଏକ କାର୍‌ ହାସଲ କରିଛନ୍ତି । ଗତକାଲି ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ଏହି ଶୋ’ର ଗ୍ରାଣ୍ଡ ଫିନାଲେରେ ବିଶିଷ୍ଟ ଗାୟକ ସୋନୁ ନିଗମ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସୁଭଦୀପ ଦାସ ଚୌଧୁରୀ ପ୍ରଥମ ରନରଅପ୍‌ ହୋଇଥିବା ବେଳେ ପିୟୁଷ ପନୱାର ଦ୍ୱିତୀୟ ଓ ଅନନ୍ୟା ପାଲ ତୃତୀୟ ରନରଅପ୍‌ ହୋଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ରନରଅପ୍‌ଙ୍କୁ ୫ ଲକ୍ଷ ଏବଂ ତୃତୀୟ ରନରଅପଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି ।

ତେବେ ଏହି ପ୍ରତିଯୋଗିତା ଜିତିବା ବୈଭବଙ୍କ ପାଇଁ ଏତେ ସହଜ ନଥିଲା । ବୈଭବଙ୍କ ସମେତ ଅନନ୍ୟା ପାଲ, ଆଦ୍ୟା ମିଶ୍ର, ପିୟୁଷ ପନୱାର ଓ ଅଞ୍ଜନା ପଦ୍ମନାଭନ ଶୀର୍ଷ ୫ ପ୍ରତିଯୋଗୀ ଥିଲେ । ସମସ୍ତେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ । ହେଲେ ବୈଭବଙ୍କ ସ୍ୱରର ଯାଦୁ ବିଚାରକମଣ୍ଡଳୀ ଓ ଦର୍ଶକଙ୍କୁ ବାନ୍ଧି ଦେଇଥିଲା । କୁମାର ସାନୁ, ଶ୍ରେୟା ଘୋଷାଲ ଓ ବିଶାଲ ଡଡଲାନୀ ବିଚାରକ ଭାବେ ରହିଥିଲେ । ସେହିଭଳି ସୋନୁ ନିଗମ ଓ ନେହା କକଡ ମଧ୍ୟ ଏହି ଶୋ’ର ଅଂଶ ପାଲଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.