ସୂଚନାନୁଯାୟୀ, ଗୋରଖପୁର ପଞ୍ଚାୟତ ଲିମା ଡୋର ଗ୍ରାମରେ ରହୁଥିବା ବାନ୍ଦାଇ ମାଝୀ ନାମକ ଜଣେ ମହିଳା ବୁଧବାର ଅପରାହ୍ନରେ ଶିରିଗୁଡ଼ା ଠାରୁ ଲିମା ଡୋର ଗ୍ରାମକୁ ଫେରୁଥିଲେ। ମହିଳା ଜଣକ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ । ଆଜି ସକାଳେ ଶିରିଗୁଡ଼ା ଗ୍ରାମର ନଦୀ କୂଳର ଏକ ସ୍ଥାନରେ ମହିଳାଙ୍କ ଛତା ପଡ଼ିଥିବା ଦେଖି ନଦୀରେ ଭାସି ଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।ମହିଳାଙ୍କ ନିଖୋଜ ନେଇ କାଶୀପୁର ଥାନାରେ ଅଭିଯୋଗ କରାଯାଇଛି ।

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୩ ଜୁଆଡ଼ି ଗିରଫ