ପ୍ରମୁଖ ଖବର
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କେସିଙ୍ଗା ରେଳ ଷ୍ଟେସନ ଛୁରାମାଡ଼ ଘଟଣା, ଅନିର୍ଦ୍ଦିଷ୍ଟ କାଳ ପାଇଁ କାମ ବନ୍ଦ କଲେ ସଫେଇ କର୍ମଚାରୀ

କେସିଙ୍ଗା, ୧୦।୯: କେସିଙ୍ଗା ରେଳ ଷ୍ଟେସନ ଛୁରାମାଡ଼ ଘଟଣା । ଗତ ୩ ଦିନ ତଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରେ କେସିଙ୍ଗା ଏନ୍ଏସି ଓ୍ବାର୍ଡ ନମ୍ବର ୨ର ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ୩ ଜଣ ଯୁବକ ଓ୍ବାର୍ଡ ନମ୍ବର ୧୨ର ବୋଲି ସୂଚନା । ଯୁବକଙ୍କ ଗଳାରେ ଛୁରାମାଡ଼ କରିଥିବା ଘଟଣାକୁ ନେଇ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ଓ୍ବାର୍ଡ ନମ୍ବର ୧୨ର ୩ ଜଣ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଘଟଣାର ସମାଧାନ ହେବା ପରିବର୍ତ୍ତେ ପୁଣି ବିବାଦ ସୃଷ୍ଟି ହୋଇଛି । ଘଟଣା ଏପରି ମୋଡ଼ ନେଇଛି ଯେ ଯାହାକି ଗତ ଶନିବାର ଦିନ କେସିଙ୍ଗା ଏନ୍ଏସିରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଫଳରେ ସହରରେ ସଫେଇ କାମ ବନ୍ଦ ରହିଥିବା ବେଳେ ଆଜି ରବିବାର ଛୁଟି ଦିନରେ ମଧ୍ୟ ସହରରେ ସଫେଇ କାର୍ଯ୍ୟ ବନ୍ଦ ରହିଛି । ସହରର ବିଭିନ୍ନ ଓ୍ବାର୍ଡର ଗଳିକନ୍ଦିରେ ମଇଳା ଆବର୍ଜନା ପଡ଼ିରହିଛି । 

ସୂଚନା ମୁତାବକ, ଓ୍ବାର୍ଡ ନମ୍ବର ୨ ବଗାଡ଼ରେ ରହୁଥିବା ଜନୈକ ଯୁବକଙ୍କୁ ଛୁରାମାଡ଼ କରି ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଯାଇଥିଲା । ଏହାର ଗୋଟିଏ ଦିନ ପରେ ବଗାଡ଼ ଓ୍ବାର୍ଡ ନମ୍ବର ୧ର ପ୍ରତାପ ମାଝୀ ନାମକ ଜଣେ ଯୁବକଙ୍କୁ ପୁଣି ଓ୍ବାର୍ଡ ନମ୍ବର ୧୨ର ୩ ଜଣ ଯୁବକଙ୍କୁ ରାସ୍ତାରେ ଅଟକାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ତଳେ ପକାଇ ଦେଇଥିଲେ । ଏଥିସହ ଜୀବନରେ ମାରିବାକୁ ଉଦ୍ୟମ କରିଥିଲେ ବୋଲି ପ୍ରତାପ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରତାପ ମାଝୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଶୁକ୍ରବାର ଏକ ମାମଲା ରୁଜୁ କରିଥିବା ବେଳେ ସେଦିନ ସନ୍ଧ୍ୟାରେ ବଗାଡ଼ ଅଞ୍ଚଳର ଅନେକ ଯୁବକ ଥାନାକୁ ଯାଇଥିଲେ । ଏଥିସହ ବାଇକ୍ ଶୋଭାଯାତ୍ରାରେ ଓ୍ବାର୍ଡ ନମ୍ବର ୧୨ ଅଞ୍ଚଳକୁ ଯାଇ ଚେତାବନୀ ଦେଇଥିଲେ । 

ତେବେ ବଗାଡ଼ ଅଞ୍ଚଳର ଯୁବକମାନଙ୍କ ବାଇକ୍ ଶୋଭାଯାତ୍ରାକୁ ନେଇ ଓ୍ବାର୍ଡ ନମ୍ବର ୧୨ର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦ ନେଇ ଓ୍ବାର୍ଡ ନମ୍ବର ୧୨ର ଲୋକ ଏକ ବୈଠକ ବସି ଶୁକ୍ରବାର ରାତିରେ ଥାନାକୁ ଯାଇ ଲିଖିତ ଅଭିଯୋଗ ଜଣାଇବା ସହିତ ସହରରେ ସଫେଇ କାର୍ଯ୍ୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ଅନୁସାରେ ସଫେଇ କର୍ମଚାରୀମାନେ ଶନିବାର କେସିଙ୍ଗା ସହରରେ ସଫେଇ କାର୍ଯ୍ୟ ବନ୍ଦ କରିଥିଲେ। ସଫେଇ କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ବଗାଡ଼ ଅଞ୍ଚଳର ୫୦ରୁ ୬୦ ଜଣ ଯୁବକ ଶୁକ୍ରବାର ସନ୍ଧ୍ୟାରେ ବାଇକ୍ ଶୋଭାଯାତ୍ରାରେ ଓ୍ବାର୍ଡ ନମ୍ବର ୧୨ ଅଞ୍ଚଳକୁ ଯାଇ ନିର୍ଦ୍ଦିଷ୍ଟ ଏକ ସମାଜର ଲୋକଙ୍କୁ ଆକ୍ଷେପ କରି ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ କେସିଙ୍ଗା ଏନ୍ଏସିର ସଫେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି କେସିଙ୍ଗା ସହରରେ ସଫେଇ କାର୍ଯ୍ୟ ବନ୍ଦ କରିବା ସହ ନିଜ ଆତ୍ମସମ୍ମାନ ଓ ଜୀବନ ରକ୍ଷା କରିବା ପାଇଁ କାର୍ଯ୍ୟ ବନ୍ଦ କରିବା ବିଷୟ ଉପରେ ଶନିବାର କେସିଙ୍ଗା ଏନ୍ଏସିକୁ ଲିଖିତ ଭାବେ ଜଣାଇଛନ୍ତି । 

ଗତ ୬ ତାରିଖରେ ହୋଇଥିବା ଛୁରାମାଡ଼ ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳୁ ବୋଲି ସଫେଇ କର୍ମଚାରୀମାନେ ଏନ୍‌ଏସିକୁ ଲିଖିତ ଭାବେ ଜଣାଇବା ସହ ଆତ୍ମସମ୍ମାନ ହାନି କରି ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ କରିବୁ ବୋଲି ସଫେଇ କର୍ମଚାରୀମାନେ ଏନ୍‌ଏସିକୁ ଲିଖିତ ଜଣାଇଛନ୍ତି । ଏଥିସହିତ ନଗରପାଳ ନୃପରାଜ ଯାଦବଙ୍କ ସହିତ ମଧ୍ୟ ସଫେଇ କର୍ମଚାରୀମାନେ ଏ ବିଷୟରେ ଆଲୋଚନା କରିଥିଲେ ।‌‌‌‌ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ବିଷୟ ଉପରେ ପ୍ରତିକ୍ରିୟା ନେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହି ଘଟଣା ଉପରେ ସ୍ଥାନୀୟ ପୁଲିସର ନଜର ରହିଥିବା ବେଳେ ଆଗକୁ କିପରି ବିବାଦ ନ ବଢ଼ିବ ସେନେଇ ସମସ୍ୟାର ସମାଧାନ କରିବାର ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । 

 

kalahandi
kesinga

Copyright © 2022 - Summa Real Media Private Limited. All Rights Reserved.