ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଗୋଚର ଜମିରେ ଇଡକୋ କମ୍ପାନୀ କୁଟୀର ଶିଳ୍ପକୁ ବିରୋଧ କରି ସୀମାଗୁଡି ଠାରେ ଆଦିବାସୀ ମେଳି

ମାଲକାନଗିରି,୭/୧୨ : ଗୋଚର ଜମିରେ ଇଡକୋ କମ୍ପାନୀର କୁଟୀର ଶିଳ୍ପକୁ ବିରୋଧ କରି ମାଲକାନଗିରି ଜିଲ୍ଲା ସୀମାଗୁଡି ଠାରେ ୬ ଖଣ୍ଡ ଗ୍ରାମର ଶତାଧିକ ଆଦିବାସୀ ମେଳି କରିଛନ୍ତି । ନିଜର ହକ ଅଧିକାର ପାଇଁ ଆଦିବାସୀ ମହାସଂଘର ଡ଼ାକରାରେ ଏକାଠି ହୋଇଛନ୍ତି ଶତାଧିକ ଆଦିବାସୀ । ଜିଲ୍ଲା ଆଦିବାସୀ ମହାସଂଘର ଡ଼ାକରାରେ ଏକତ୍ରିତ ହୋଇ ଇଡ଼କୋ ଘରୋଇ କମ୍ପାନୀକୁ ବିରୋଧ କରିଛନ୍ତି । 

ସୂଚନା ମୁତାବକ ସିନ୍ଦ୍ରିମାଳ ପଞ୍ଚାୟତସ୍ଥ ସୀମାଗୁଡି ଗ୍ରାମ ନିକଟରେ ଥିବା ୫୦ ଏକର ଗୋଚର ଜମିରେ ଇଡ଼କୋ କମ୍ପାନୀ ପକ୍ଷରୁ ଶିଳ୍ପ ହେବା ପାଇଁ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇ ଗଛ କଟା ଯାଇ ସମତଳ କରାଯାଉଛି । ସୀମାଗୁଡି ଅଂଚଳରେ ଶିଳ୍ପ ସ୍ଥାପନ ହେଲେ ଜଙ୍ଗଲ ନଷ୍ଟ ହେବ । ଏହା ସହ   ସ୍ଥାନୀୟ ଲୋକେ ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେବେ । ଗୃହ ପାଳିତ ପଶୁ ପକ୍ଷୀ ମାନେ ଗୋଚର ନପାଇ ନିଜର ଦାନା ହରାଇବେ, ଯାହାକୁ ଦୃଷ୍ଟି ଦେଇ ଆଜି ସିନ୍ଧ୍ରିମାଳ ପଂଚାୟତର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଇଡ଼କୋ କମ୍ପାନୀକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଭୀଷ୍ମଖିଲ, ଦଶରଥ ଗୋଲରୀ, ନୀଳକଣ୍ଠ କ୍ରୀସାନୀ, ଦେବେନ୍ଦ୍ର ଖିଲ, ମୁକୁନ୍ଦ ମାଝୀ, କୃତିବାସ ସମରଥ, ଲବ କଟିଆ ପ୍ରମୁଖ ଆଦିବାସୀ ନେତା ଓ ୧୪ ଟି ଆଦିବାସୀ ସମାଜର ସଭାପତିଙ୍କ ସହିତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । 

ସରକାର ଆଦିବାସୀଙ୍କ ଅଧିକାରରୁ ଯଦି ଆଦିବାସୀଙ୍କୁ ବଞ୍ଚିତ କରନ୍ତି ତାହା ହେଲେ ଆସନ୍ତା ନିର୍ବାଚନକୁ ବର୍ଜନ କରି ସରକାରଙ୍କୁ କଡା ଜବାବ ଦେବେ ବୋଲି ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି, ଦଶରଥ ଗୋଲରୀଙ୍କ ସହିତ ଅନ୍ୟ ନେତା ମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.