ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ଅଟା ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ, ହଜାର ହଜାର ଲୋକଙ୍କ ଚକାଜାମ୍ ଆନ୍ଦୋଳନ

ନୂଆଦିଲ୍ଲୀ,୨୭।୧: ପଡୋଶୀ ଦେଶ ପାକିସ୍ତାନରେ ଆର୍ଥିକ ସଙ୍କଟ କମ୍ ହେବାର ନାଁ ଧରୁନି। ଏବେ ସେଠାର ଲୋକମାନେ ଭଲରେ ଗଣ୍ଡେ ଖାଇବା ମଧ୍ୟ କଷ୍ଟକର ହୋଇ ପହିଛି। ସରକାର ସବସିଡି ଯୁକ୍ତ ଗହମର ମୂଲ୍ୟରେ ବୃଦ୍ଧି କରିଛନ୍ତି। ହଜାର ହଜାର ଅସନ୍ତୁଷ୍ଟ ପାକିସ୍ତାନୀ ରାସ୍ତାକୁ ଓହ୍ଲାଇଛନ୍ତି। ଲୋକମାନେ ଗିଲଗିଟ୍-ବାଲଟିସ୍ତାନର ସବୁ ଜିଲ୍ଲା ଓ ସହରରେ ଏକାଠି ହୋଇ ଚକାଜାମ୍ କରିଛନ୍ତି। 

ପାକିସ୍ତାନର ପ୍ରସିଦ୍ଧ ଖବରକାଗଜ ଡନ୍‌ର ରିପୋର୍ଟ ଅନୁସାରେ, ପ୍ରଦର୍ଶନକାରୀ ଅଟାର ମୂଲ୍ୟରେ ବୃଦ୍ଧି କରିବା ବିରୋଧରେ ଅଧିକ ପରିମାଣରେ ରାଲି ଆୟୋଜନ କରୁଛନ୍ତି। ପ୍ରଦର୍ଶନ କାରଣରୁ ଗିଲଗିଟ୍‌, ସ୍କର୍ଦୁ, ଡାୟମର, ଘାଇଜର, ଏଷ୍ଟୋର, ଶିଘର, ଘାଞ୍ଚେ, ଖରମଙ୍ଗ, ହୁଞ୍ଜା ଓ ସହରର ବିଭିନ୍ନ ଅଞ୍ଚଳରେ ଦୋକାନ, ବଜାର, ରେଷ୍ଟୁରାଣ୍ଟ ଓ ବାଣିଜ୍ୟ କେନ୍ଦ୍ର ବନ୍ଦ ରହିଛି। ରିପୋର୍ଟରେ କୁହାଯାଇଛି, ପ୍ରଦଶର୍ନକାରୀ ଚକ୍କା ଜାମ୍ କାରଣରୁ ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଓ ଶୈକ୍ଷଣିକ ସଂସ୍ଥାନରେ ମଧ୍ୟ ଉପସ୍ଥିତି କମ୍ ଦେଖିବାକୁ ମିଳିଛି। ଲୋକମାନେ ଆବଶ୍ୟକୀୟ ବସ୍ତୁ କିଣିବା ଓ ଯାତ୍ରା କରିବାରେ ସମସ୍ୟାର ସାମନା କରୁଛନ୍ତି।

ରିପୋର୍ଟ ଅନୁସାରେ, ବେପାରୀ, ଟ୍ରାନ୍ସପୋର୍ଟର ଓ ହୋଟେଲ ମାଲିକଙ୍କ ପ୍ରତିନିଧିତ୍ବ କରୁଥିବା ସଂଘର ପରାମର୍ଶରେ ଆବାମୀ ଆକ୍ସନ କମିଟି ହରତାଳରେ ରହିଛି। ସବସିଡି ଥିବା ଗହମର ମୂଲ୍ୟ ବଢିବା କାରଣରୁ ଜିବି ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗତ ଏକ ମାସ ଧରି ଚାଲିଥିବା ବିରୋଧର ଏହା ଦ୍ବିତୀୟ ପର୍ଯ୍ୟାୟ। ଏଏସି ଘୋଷଣା କରିଛନ୍ତି, ଶନିବାର ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅଞ୍ଚଳକୁ ଲାଗିଥିବା ଗିଲଗିଟ୍‌ ଓ ସ୍କର୍ଦ୍ଧୁ ଅଭିମୁଖେ ମାର୍ଚ୍ଚ କରିବେ।

ଶୁକ୍ରବାର ନମାଜ ପରେ ଡାୟମର ଜିଲ୍ଲା ମୁଖ୍ୟାଳୟ ଚିଲାସରୁ ସିଦ୍ଧକି ଆକବର ଚୌକ୍‌ରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଯେଉଁଥିରେ ବହୁ ସଂଖ୍ୟାରେ ଲୋକମାନେ ଭାଗ ନେଇଛନ୍ତି। ବକ୍ତାମାନେ ଜିବି ସରକାରଙ୍କ ଅନୁଦାନିତ ଗହମର ଦର ବଢାଇବାର ନିଷ୍ପତ୍ତିକୁ ନିନ୍ଦା କରି ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବିଫଳତା ବୋଲି ଘୋଷଣା କରିଛନ୍ତି। ପ୍ରଦର୍ଶନକାରୀମାନେ ଚେତାବନୀ ଦେଇଛନ୍ତି, ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ କାରାକୋରମ୍ ରାଜମାର୍ଗକୁ ଅବରୋଧ କରି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.