ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ନେସ୍‌ଲେ ପରେ ଏଭରେଷ୍ଟ ଫିସ୍ କରି ମସଲାକୁ ନେଇ ବିବାଦ, ଭାରତକୁ ଫେରାଇବ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୪: ଭାରତର ଲୋକପ୍ରିୟ ମସଲା ତିଆରି  କମ୍ପାନୀ ଏଭରେଷ୍ଟ ଉପରେ  ସିଙ୍ଗାପୁରର ଗମ୍ଭୀର ଅଭିଯୋଗ। ସିଙ୍ଗାପୁର ସରକାର ଭାରତରେ ଉତ୍ପାଦିତ ହେଉଥିବା ଏଭରେଷ୍ଟ ଫିସ୍‌ କରି ମସଲାକୁ ନିଜ ବଜାରରୁ ଫେରାଇ ଦେଇଛି  । ଅଭିଯୋଗ କରିଛି ଯେ, ମସଲାରେ କୀଟନାଶକ ଏଥିଲିନ୍ ଅକ୍ସାଇଡ୍‌ର ଅଧିକ ମାତ୍ରା ରହିଛି। ଏହି ପଦକ୍ଷେପ ହଂକଂର ଖାଦ୍ୟ ସୁରକ୍ଷା କେନ୍ଦ୍ର ପକ୍ଷରୁ ଜାରି ଏକ ନୋଟିଫିକେସନ୍ ପରେ ନିଆଯାଇଛି।  

ସିଙ୍ଗାପୁର ଫୁଡ୍ ଏଜେନ୍ସି କହିଛି, ହଂକଂ ସ୍ଥିତ ଖାଦ୍ୟ ସୁରକ୍ଷା କେନ୍ଦ୍ର ଏଥିଲିନ୍ ଅକ୍ସାଇଡ୍‌ର ଉପସ୍ଥିତି କାରଣରୁ ଭାରତରୁ ଉତ୍ପାଦିତ ଏଭରେଷ୍ଟ ଫିସ୍‌ କରି ମସଲା ଫେରାଇ ନେବା ସମ୍ପର୍କୀତ ଏକ ନୋଟିଫିକେସନ୍ ଜାରି କରିଛି।ଏହି ନୋଟିଫିକେସନ୍‌ରେ ଅଧିକ ମାତ୍ରାର ଏଥିଲିନ୍ ଅକ୍ସାଇଡ ରହିଥିବା କଥା ଜଣାପଡିଛି। ଏହାପରେ ଭାରତୀୟ ମସଲା କମ୍ପାନୀ ଉପରେ ପ୍ରଶ୍ନ ଉଠିଛି।   

ସିଙ୍ଗାପୁର ଫୁଡ୍ ଏଜେନ୍ସି   ଏକ ବୟାନ ଜାରି କରି କହିଛି, ହଂକଂରେ ବିକ୍ରି କରାଯାଉଥିବା‌ ଫିସ୍‌ କରି ମସଲା ଫୁଡ୍‌ ସେଫଟି ସେଣ୍ଟର ଏଥିଲିନ୍ ଅକ୍ସାଇଡ୍‌ର ଅଧିକ ମାତ୍ରା ଥିବ‌ା କାରଣରୁ ମସଲା ଫେରାଇ ନେବାର ନୋଟିଫିକେସନ୍ ଜାରି କରିଛି। ସିଙ୍ଗାପୁର ଫୁଡ୍ ଏଜେନ୍ସି ମସଲା ଇମ୍ପୋର୍ଟର ଏସ୍‌ପି ମୁଥେୟା ଆଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ୍‌କୁ ନିର୍ଦେଶ ଦେଇଛନ୍ତି ସେ ଭାରତୀୟ କମ୍ପାନୀର ଫିସ୍‌ ମସଲାକୁ ଫେରାଇ ଦେଉ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.