ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଟ୍ରିକ ପରୀକ୍ଷା : କପି କରି ଧରା ପଡିଲେ ୧୦ ପରୀକ୍ଷାର୍ଥୀ

କଟକ,୨୦।୨ ମାଟ୍ରିକ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ମାତୃଭାଷା ସାହିତ୍ୟ ରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ମାଟ୍ରିକ ପରୀକ୍ଷାରେ କପି କରି ପ୍ରଥମ ଦିନରେ  ଧରା ପଡିଛନ୍ତି ୧୦  ପରୀକ୍ଷାର୍ଥୀ।  ସେଥିରେ ୮ ଜଣ ରେଗୁଲାର ପରୀକ୍ଷାର୍ଥୀ ଥିବା ବେଳେ ୨ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଅଛନ୍ତି। 

ରାଜ୍ୟରେ ୩ହଜାର୪୭ କେନ୍ଦ୍ରରେ ୫ ଲକ୍ଷ ୫୧ହଜାର ୬୧୧ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ପରୀକ୍ଷା ରେ ପରିବର୍ତ୍ତନ ସହ ନୂତନତ୍ତ୍ୱ ଆପଣାଇଛି ବୋର୍ଡ। ସମୟ ୯ ଟା ରେ ପରୀକ୍ଷା ଥିବା ବେଳେ ୭ଟା ୩୦ ସୁଦ୍ଧା ଛାତ୍ର ଛାତ୍ରୀ ଙ୍କୁ ପ୍ରବେଶ ପାଇଁ ପୂର୍ବ ନିର୍ଦେଶ ରହିଥିଲା। .୮ଟା ୧୫ ପରେ ପରୀକ୍ଷା ହଲ କୁ ପ୍ରବେଶ ନିଷେଧ କରିଥିଲା ବୋର୍ଡ। ସେହିପରି ସର୍ଟ ଓ ଫୁଲ ମାର୍କ ପାଇଁ ସମୟ ସୀମା ଓ ପ୍ରଶ୍ନ ପତ୍ର ଅଲଗା ଅଲଗା କରାଯାଇଥିଲା। 

ଆହୁରି ପଢନ୍ତୁ : ସରିଲା ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା, ମାତୃଭାଷା ପ୍ରଶ୍ନପତ୍ର ଆଶାନୁରୂପ ଥିବା କହିଲେ ଛାତ୍ରଛାତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.