ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପକନାଗୁଡା ଜଙ୍ଗଲରୁ ୧୩୧ କେଜି ଗଞ୍ଜେଇ ଜବତ

ମାଲକାନଗିରି/ମାଥିଲି ,୧୩/୪ ମାଥିଲି ଥାନା ଅନ୍ତର୍ଗତ ପାକନାଗୁଡା ଜଙ୍ଗଲ ନିକଟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ  ଗଞ୍ଜେଇ ରହିଥିବା ବେଳେ ପୋଲିସ ଚାଲାଣ କରି ୧୩୧ କେଜି ଗଞ୍ଜେଇ ଜବତ କରିଛି।

  ମାଥିଲି ଥାନା ଅନ୍ତର୍ଗତ ପାକନାଗୁଡା ଜଙ୍ଗଲ ନିକଟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ଜାଣିବାକୁ ପାଇଥିଲେ । ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ମାଥିଲି ପୋଲିସ ଟିମ ପାକାନାଗୁଡା ଜଙ୍ଗଲରେ ପହଞ୍ଚି ସର୍ଚ୍ଚ କରିଥିଲେ । ସର୍ଚ୍ଚ ସମୟରେ  ୫ ଟି ଜରି ବସ୍ତା ରେ କିଛି ରଖା ଯାଇଛି ବୋଲି ଜାଣିବାକୁ ପାଇଥିଲେ ।ତୁରନ୍ତ ସେହି ବସ୍ତା ଗୁଡିକୁ ଜବତ କରିବା ସହିତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ମାଥିଲି ଅତିରିକ୍ତ ତହସିଲଦାର ବ୍ରଜ ବିହାରୀ ପ୍ରଧାନ ଙ୍କ ଉପସ୍ଥିତରେ ସମସ୍ତ ୫ ଟି ଜରି ବସ୍ତା ଖୋଲା ଯାଇ ଓଜନ କରାଯାଇଥିଲା । ଓଜନ କରିବାରୁ ୧୩୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏତେ ମାତ୍ରାରେ ନୀଳ ଜହର କିଏ ଓ କାହିଁକି ରଖିଥିଲା ।ଏବଂ ତାହା ସହିତ କେଉଁଠିକୁ ଚାଲାଣ ହେବାର ଥିଲା ତାହାର ସବିଶେଷ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.