ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

୧୭ ବର୍ଷୀୟ କିଶୋରଙ୍କ କମାଲ, ପୁଲିସ ଅଧିକାରୀଙ୍କୁ ଦେଉଛନ୍ତି ସାଇବର ନିରାପତ୍ତା ତାଲିମ

ନୂଆଦିଲ୍ଲୀ ୨୪/୦୩: ଜମ୍ମୁ-କାଶ୍ମୀରର ୧୭ ବର୍ଷୀୟ ରିଶିକ୍‌ଙ୍କ ସଂପର୍କରେ ଏବେ ସବୁଆଡ଼େ ଚର୍ଚ୍ଚା । ଏହି କିଶୋର ଜଣକ ନିକଟରେ ଉଧମପୁରସ୍ଥିତ ଶେର୍‌-ଇ-କାଶ୍ମୀର ପୁଲିସ ଏକାଡେମୀରେ ପୁଲିସ ଅଧିକାରୀଙ୍କୁ ସାଇବର ନିରାପତ୍ତା ସଂକ୍ରାନ୍ତରେ ତାଲିମ ପ୍ରଦାନ କରିଛନ୍ତି । ତାଲିମ ପ୍ରଦାନ ସମୟରେ ସାଇବର ନିରାପତ୍ତାର ବିଭିନ୍ନ ଦିଗ ସଂପର୍କରେ ବ୍ୟାପକ ଭାବେ ଆଲୋକପାତ କରିଥିଲେ ସେ । କିଭଳି ଭାବେ ସାଇବର ଆକ୍ରମଣ ହୋଇଥାଏ ତାର ଲାଇଭ୍‌ ଡେମୋ ମଧ୍ୟ ଦେଖାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗର ଡେପୁଟି ପୁଲିସ ସୁପରିଟେଣ୍ଡେଣ୍ଟ ଏବଂ ଇନ୍‌ସପେକ୍ଟର ର‌୍ୟାଙ୍କ୍‌ର ଅଧିକାରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଜୟପୁର, ତାମିଲନାଡୁ, ଭୋପାଳ, ଚଣ୍ଡିଗଡ଼ ଓ ଜମ୍ମୁ-କାଶ୍ମୀରର ପୁଲିସ ଅଧିକାରୀ ସାମିଲ ।

କାର୍ଯ୍ୟକ୍ରମରେ ସାଇବର ନିରାପତ୍ତା ସଂପର୍କରେ ରିଶିକ୍‌ଙ୍କର ଆଭିମୁଖ୍ୟ ଓ ତାଙ୍କର ଗଭୀର ଜ୍ଞାନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ତେଣୁ କାର୍ଯ୍ୟକ୍ରମ ଶେଷ ହେବା ପରେ ତାଙ୍କୁ ଶେର୍‌-ଇ-କାଶ୍ମୀର ପୁଲିସ ଏକାଡେମୀର ଆସିଷ୍ଟାଣ୍ଟ ଡାଇରେକ୍ଟର ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ରିଶକ୍‌ ଜମ୍ମୁ-କାଶ୍ମୀରର ଏକ ନିପଟ ଗ୍ରାମର ବାସିନ୍ଦା । ପିଲାଦିନରୁ ତାଙ୍କର ଏ ଦିଗରେ ଆଗ୍ରହ ଥିଲା । ତାକୁ ଦେଖି ତାଙ୍କର ପିତାମାତା ତାଙ୍କୁ ଏହି କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ପ୍ରେରିତ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜମ୍ମୁ-କାଶ୍ମୀରର ପ୍ରଥମ ସାଇବର ନିରାପତ୍ତା କଂପାନି ପ୍ରତିଷ୍ଠା କରିଥିଲେ । ସେ ମଧ୍ୟ ବିଶ୍ୱର ସର୍ବକନିଷ୍ଠ ସାଇବର ନିରାପତ୍ତା ଉଦ୍ୟମୀ ଓ ତାଲିମପ୍ରଦାନକାରୀ ଭାବେ ନିଜକୁ ଦାବି କରନ୍ତି । ତାଙ୍କର ଏହି କାର୍ଯ୍ୟ ଯୋଗୁ ସ୍ଥାନୀୟ ଅନେକଗୁଡ଼ିଏ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.