ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଲୋନିଙ୍କ ଇଟାଲି ଉପରେ ଦୁଇଲକ୍ଷ କୋଟିର ଋଣ ! ଦେଶର ଐତିହ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ସରକାର

Image source: Reuters

ନୂଆଦିଲ୍ଲୀ,୦୨/୦୨: ଜର୍ଜିଆ ମେଲୋନିଙ୍କ ନେତୃତ୍ୱାଧିନ ଇଟାଲୀ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମେଲୋନିଙ୍କ ଇଟାଲୀ ୨ ବିଲିୟନ ୟୁରୋ ଅର୍ଥାତ୍ ୨ ଲକ୍ଷ କୋଟି ଋଣରେ ଅଛି। ଏହାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମେଲୋନି ତାଙ୍କ ଦେଶର ଐତିହ୍ୟ ବିକ୍ରୟ କରିବାକୁ ଯାଉଛନ୍ତି। ସୂଚନାଥାଉକି, ପିଏମ ମେଲୋନି ଡାକ ସେବାର କିଛି ଅଂଶକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। କହିରଖୁଛୁ ଯେ, ଏହା ହେଉଛି ସେହି ଡାକ ସେବା ଯାହାକୁ ଦିନେ ପ୍ରଧାନମନ୍ତ୍ରୀ ତାଙ୍କ ଦେଶର ମୁକୁଟ ଅଳଙ୍କାର ଭାବରେ ବିବେଚନା କରିଥିଲେ। ଏହାକୁ କ୍ରାଉନ୍ ଜୁଏଲ୍‌ ଏଥିପାଇଁ କୁହାଯାଉଥିଲା, କାରଣ ଏହା ଇଟାଲୀର ଐତିହ୍ୟ ଅଟେ ଏବଂ ଏହା ଅତ୍ୟନ୍ତ ମୂଲ୍ୟବାନ ଅଟେ। 

୧.୭୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା:

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମେଲୋନି ଦେଶର ଡାକ ସେବାକୁ ନିଲାମ କରି ୨୦୨୬ ସୁଦ୍ଧା ପ୍ରାୟ ୧.୭୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଇଟାଲୀର ଡାକ ସେବା (ପୋଷ୍ଟ ଇଟାଲୀନ୍) ରେଳ କମ୍ପାନୀ ଫେରୋବି ଡେଲୋ ଷ୍ଟାଟୋ ଏବଂ ପାୱାର କମ୍ପାନୀ ଇନିରେ ଭାଗିଦାରି ଅଛି। ଏହା ବ୍ୟତୀତ ଏହା ବୀମା ଏବଂ ବ୍ୟାଙ୍କିଙ୍ଗ କାର୍ଯ୍ୟରେ ମଧ୍ୟ ଜଡ଼ିତ ଅଛି।ସରକାରଙ୍କ ଆୟର ଏକ ପ୍ରମୁଖ ଅଂଶ କେବଳ ଡାକରୁ ଆସିଥାଏ। କିନ୍ତୁ ଆଜିକାଲି କ୍ଷତି ଭିତରେ ଚାଲୁଥିବା ସରକାରଙ୍କ ପକ୍ଷରେ ଏହି ବଡ଼ ଉଦ୍ୟୋଗ ଚଳାଇବା କଷ୍ଟକର ହୋଇପଡୁଛି।

ନିଲାମ ଯୋଗୁଁ ସରକାରୀ ଋଣ ଉପରେ ପ୍ରଭାବ: 

ତେବେ ଏହି ନିଲାମ ସରକାରଙ୍କ ଋଣ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। କାରଣ ମେଲୋନୀ ସରକାର ବର୍ତ୍ତମାନ ଋଣରେ ବୁଡ଼ି ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇଟାଲୀର ମୋଟ ଋଣ ପ୍ରାୟ ୨.୪୮ ଟ୍ରିଲିୟନ ଡଲାର ଏବଂ ଏହି ଋଣ ଇଟାଲୀ ଜିଡିପିର ପ୍ରାୟ ୧୩୫ ପ୍ରତିଶତ ଅଟେ। ଆଜିକାଲି ଇଟାଲୀରେ ସରକାରୀ ନୀତିକୁ ବହୁ ସମାଲୋଚନା କରାଯାଉଛି। କୌଣସି ପ୍ରକାରେ ସରକାର ଏହାର ବୁଡ଼ିଯାଉଥିବା ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.