ଯାଜପୁର, ୧୬/୧୧ : ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୨ ଗ୍ରାମ ବ୍ରାଉନସୁଗର ଜବତ। ଟାଉନ ଥାନା ପୋଲିସ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଯାଜପୁର ଟାଉନ ଥାନା ଅଞ୍ଚଳରେ ଦୀର୍ଘଦିନ ହେଲା ବ୍ରାଉନସୁଗର କାରବାର ଚାଲିଆସୁଥିଲା। ଏନେଇ ଖବର ପାଇ ଯାଜପୁର ପ୍ରଶାସନିକ ଭବନ ନିକଟରେ ଟାଉନ ଥାନା ପୋଲିସ ଚଢାଉ କରିଥିଲା। ଏହି ସମୟରେ ୨୫.୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ଦେଲେ ଯାଜପୁର ଏସଡିପିଓ।