ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିରଳ ରୋଗ ; ସୋଫା, ଗ୍ଲାସ୍‌, ସ୍ପଞ୍ଜ ଖାଉଛି ୩ ବର୍ଷର ଝିଅ

ନୂଆଦିଲ୍ଲୀ ୧୯/୦୩: ବ୍ରିଟେନ୍‌ ୱେଲସର ବାସିନ୍ଦା ଜଣେ ୨୫ ବର୍ଷୀୟା ମା’ ଷ୍ଟେସି ନିଜ କୁନି ଝିଅ ୱିଣ୍ଟରଙ୍କୁ ଏକ ବିରଳ ରୋଗ ହୋଇଥିବା ପ୍ରକାଶ କରିଛନ୍ତି । ରୋଗ ଯୋଗୁ ସୋଫା, ଗ୍ଲାସ୍‌, ସ୍ପଞ୍ଜ, ଖଟ, କମ୍ବଳ ପ୍ରଭୃତି ଅଖାଦ୍ୟ ଖାଉଛନ୍ତି ୱିଣ୍ଟର । ଅଟିଜିମ୍‌ର ଶିକାର ୱିଣ୍ଟରଙ୍କୁ ଏବେ ୩ ବର୍ଷ ବୟସ ହୋଇଥିବାବେଳେ ସେ ବିରଳ ରୋଗ ‘ପିକା ଡିଜ୍‌ଅର୍ଡର’ରେ ପୀଡି଼ତ ବୋଲି ଡାକ୍ତର କହୁଛନ୍ତି । 

ୱିଣ୍ଟର ଛୋଟ ଥିବାବେଳେ ଏଭଳି ଅଖାଦ୍ୟକୁ ପାଟିରେ ପୂରାଉଥିଲେ । ପିଲାମାନେ ବଢ଼ୁଥିବା ସମୟରେ ଯାହା କିଛି ପାଇଲେ ତାକୁ ପାଟିରେ ପୂରାଇବା ସାଧାରଣ କଥା ହୋଇଥିବାରୁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିଲେ ମା’ ଷ୍ଟେସି । ତେବେ ୱିଣ୍ଟର ୧୩ ମାସର ହେବା ପରେ ବି କଥା କହିଲେ ନାହିଁ । ଏଥିସହ ତାଙ୍କର ଅଖାଦ୍ୟ ଖାଇବା ବଢ଼ିଚାଲିଲା । ସାଧାରଣ ଖାଦ୍ୟ ପ୍ରତି ସେ ଆଗ୍ରହ ପ୍ରକାଶ କରୁନଥିବାବେଳେ ଅଖାଦ୍ୟ ଖାଇବାକୁ ବେଶ୍‌ ଭଲ ପାଇଲେ । ଏହା ଦେଖି ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଗଲା । ବିଭିନ୍ନ ପ୍ରକାର ପରୀକ୍ଷା ପରେ ସେ ‘ପିକା ଡିଜ୍‌ଅର୍ଡର’ରେ ପୀଡି଼ତ ବୋଲି ଜଣାପଡି଼ଲା । 

ଅଟିଜିମ୍‌ର ଶିକାର ପିଲାଙ୍କ ନିକଟରେ ଏହି ବିରଳ ରୋଗ ଦେଖାଯାଇଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଟିଜିମ୍‌ ଯୋଗୁ ୱିଣ୍ଟରଙ୍କର ନିଦ ପ୍ରଭାବିତ ହୋଇଥିବାରୁ ସେ ରାତିରେ ହିଁ ଏପରି ଅଖାଦ୍ୟ ଖାଇବାକୁ ବେଶୀ ଇଚ୍ଛା ପ୍ରକାଶ କରିଥାନ୍ତି । ତେଣୁ ସମ୍ଭାବ୍ୟ ବିପଦରୁ ତାଙ୍କୁ ରକ୍ଷା କରିବାକୁ ଅଧିକାଂଶ ଦିନ ରାତି ଅନିଦ୍ରା ରହୁଛନ୍ତି ଷ୍ଟେସି । ସେପଟେ ଏହି ରୋଗରେ କିଛି କରିହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ତେଣୁ ଷ୍ଟେସି ୱିଣ୍ଟରଙ୍କ ଉପରେ କଡ଼ା ନଜର ରଖିବା ସହିତ ସେ ଧୀରେ ଧୀରେ ଏଥିରୁ ଭଲ ହୋଇଯିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.