ହାଇଦ୍ରାବାଦ, ୧୩/୧୧: ତେଲଙ୍ଗାନାର ହାଇଦ୍ରାବାଦରେ କାର୍ ରିପ୍ୟାରିଂ ବେଳେ ବଡ଼ ଅଘଟଣ ଘଟିଛି । ଯେଉଁଥିରେ ଚାଲି ଯାଇଛି ୬ ଜଣଙ୍କ ଜୀବନ । ଏହି ଘଟଣା ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଘଟିଛି । କାର୍ ମରାମତି ବେଳେ ପାଖରେ ରହିଥିବା କେମିକାଲରୁ ନିଆଁ ଲାଗି ଯାଇଥିଲା ।
ଦେଖୁ ଦେଖୁ ବ୍ୟାପି ଯାଇଥିଲା ନିଆଁ । ଏବେ ସୁଦ୍ଧା ଏହି ଅଘଟଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ କୋଠାରୁ ଲୋକଙ୍କୁ ଉଦ୍ଧାର କରିଛି ।
ସିରିଆର ଇଡଲିବରେ ଋଷିଆର ଏୟାରଷ୍ଟ୍ରାଇକ୍, ୩୪ ମୃତ, ୬୦ ଆହତ
ସ୍ଥାନୀୟ ଲୋକଙ୍କ ଅନୁସାରେ, କାର୍ ମରାମତି ବେଳେ ପାଖରେ ଥିବା କେମକାଲରୁ ନିଆଁ ଲାଗିଥିଲା । ଯାହାକି ପାଣିରେ ଲିଭି ନଥିଲା । ଏହା ପରେ ଦମକଳ ବାହିନୀ ଆସି ନିଆଁ ଆୟତ୍ତ କରିଛି । ଅଗ୍ନିକାଣ୍ଡର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଯାଇଛି । ହାଇଦ୍ରାବାଦର କୋଠାପେଟ୍ ଅଞ୍ଚଳର ଏକ ଦୋକାନରେ ମଧ୍ୟ ନିଆ ଲାଗିଥିବା ବେଳେ କେହି ଆହତ ହୋଇ ନାହାନ୍ତି ।
ଏହା ପୂର୍ବରୁ ମାର୍ଚ୍ଚ ୧୮ରେ ହାଇଦ୍ରାବାଦରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ଅନସାରୀ ରୋଡରେ ଥିବା ଏକ ପ୍ଲାଷ୍ଟିକ ଗୋଦାମରେ ଲାଗିଥିଲା ନିଆଁ । ମାର୍ଚ୍ଚ ୨୦ରେ ସିକନ୍ଦରାବାଦର ଏକ କମ୍ପ୍ଲେକ୍ସରେ ନିଆଁ ଲାଗିଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ: ରେସିଡେନ୍ସିଆଲ ଫ୍ଲାଟରେ ଚାଲୁଥିବା ବ୍ୟାକେରୀ ଗୋଦାମରେ ଲାଗିଲା ନିଆଁ