ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରାଜ୍ୟରେ ୫ ବର୍ଷରେ ହୋଇଛି ୧୧୦୩ ବଜ୍ରପାତଜନିତ ମୃତ୍ୟୁ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ବାଲେଶ୍ୱରରେ ସର୍ବାଧିକ

ଭୁବନେଶ୍ୱର, ୦୫/୦୯ : ରାଜ୍ୟରେ ବିଗତ ୫ ବର୍ଷରେ ବଜ୍ରପାତ ୧୧୦୩ ଜଣ ମୃତ୍ୟୁର ଶିକାର ହୋଇଛନ୍ତି । ସୁନ୍ଦରଗଡ଼,କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ମୃତ୍ୟ ସଂଖ୍ୟା ରହିଛି ସର୍ବାଧିକ । ତେଣୁ ଏହି ଅଞ୍ଚଳରେ ବଜ୍ରପାତ ରୋକିବାକୁ ତାଳ ଗଛ ରୋପଣ ପାଇଁ ରାଜସ୍ୱ ବିଭାଗ ଜଙ୍ଗଲ ବିଭାଗକୁ ୭କୋଟି ଟଙ୍କା ପ୍ରଦାନ କରିଛି । ବଜ୍ରପାତରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯାଉଛି । 

ସୂଚନା ମୁତାବକ, ରାଜ୍ୟରେ ବିଗତ ୫ ବର୍ଷରେ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢିଛି  । ଏହି ସଂଖ୍ୟା ବର୍ତ୍ତମାନ ୧୧୦୩ ରେ ପହଞ୍ଚିଛି । ସାଧାରଣତଃ ଖଣିଜ ପଦାର୍ଥ ଅଧିକ ରହିଥିବା ରାଜ୍ୟରେ ବଜ୍ରପାତ ବେଶୀ ହୋଇଥାଏ । ତେଣୁ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ମୃତ୍ୟ ସଂଖ୍ୟା ଅଧିକ ରହିଛି । ଏହାର କୌଣସି ସ୍ଥାୟୀ ନିରାକରଣ ନଥିବା ବେଳେ ଗବେଷଣା ଜାରି ରହିଛି । ଏଭଳି ସ୍ଥିତିରେ ବଜ୍ରପାତ ରୋକିବାକୁ ତାଳଗଛ ଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ଅଞ୍ଚଳରେ ତାଳଗଛ ଲଗାଇବା ପାଇଁ ରାଜସ୍ୱ ବିଭାଗ ଜଙ୍ଗଲ ବିଭାଗକୁ ୭ କୋଟି ଟଙ୍କା ପ୍ରଦାନ କରିଛି । ବଜ୍ରପାତରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୁରଣ ମଧ୍ୟ ଦିଆଯାଉଛି । ଏନେଇ ଗୃହରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.